କନକ ବ୍ୟୁରୋ : ରିଚାର୍ଡ ଗେରେ କିସିଂ ମାମଲାରେ ବଲିଉଡ ଅଭିନେତ୍ରୀ ଶୀଳ୍ପା ସେଟ୍ଟୀଙ୍କୁ ଆଶ୍ୱସ୍ଥି ମିଳିଛି । ୨୦୦୭ର ଏହି ମାମଲାରେ ମେଟ୍ରୋପୋଲିଟିଆନ୍ ମାଜିଷ୍ଟ୍ରେଟ୍ ଶୀଳ୍ପା ସେଠୀଙ୍କୁ ନିର୍ଦ୍ଦୋଶର ଖଲାସ କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ମୁମ୍ବାଇ ସେସନ କୋର୍ଟରେ ହୋଇଥିବା ଆବଦେନକୁ ସୋମବାର ରଦ୍ଦ କରିଛନ୍ତି କୋର୍ଟ । ଏକ ପ୍ରମୋସନାଲ କାର୍ଯ୍ୟକ୍ରମରେ ସର୍ବସାଧାରଣରେ ରିଚାର୍ଡ ଗେରେ ଶୀଳ୍ପା ସେଟ୍ଟୀଙ୍କୁ କିସ୍ କରିଥିଲେ । ଯାହା ଅଶ୍ଳୀଳ ବୋଲି ଅଭିଯୋଗ କରି ଉଭୟଙ୍କ ବିରୋଧରେ ମାମଲାରେ ରୁଜୁ ହୋଇଥିଲା । ହେଲେ ମାମଲାର ବିଚାର କରି କୋର୍ଟ ଶୀଳ୍ପାଙ୍କୁ ନିର୍ଦ୍ଦୋସରେ ଖଲାସ କରିଥିଲେ । ହେଲେ ଏହି ରାୟକୁ ଚ୍ୟାଲେଞ୍ଜ କରି ମୁମ୍ବାଇ ସେସନ କୋଟରେ ପିଟିସନ ଦାଖଲ କରିଥିଲେ ମହାରାଷ୍ଟ୍ର ସରକାର ।

Advertisment

ସର୍ବସାଧାଣଣ ସ୍ଥାନରେ ଅଶ୍ମୀଳତା ନେଇ ରାଜସ୍ଥାନରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ଶିଳ୍ପାଙ୍କ ଆବଦେନ ଅନୁସାରେ ୨୦୧୭ ମାମଲାକୁ ମୁମ୍ବାଇର ବଲାଡ ପିୟର ମେଟ୍ରୋପୋଲିଟିଆନ୍ ମାଜିଷ୍ଟ୍ରେଟ୍କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଏହି ମାମଲାର ବିଚାର କରି ୨୦୨୨ ଜାନୁଅ।।ରୀରେ କୋର୍ଟ ଶୀଳ୍ପାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । କୋର୍ଟ କହିଥିଲେ ଏହି ମାମଲାରେ ବିବାଦୀୟ ଭିଡିଓକୁ ଦେଖିଲେ ରିଚାର୍ଡ ଗେରେଙ୍କ ଏଭଳି ଆଚରଣରେ ଶିଳ୍ପା ଜଣେ ପିଡୀତା ଭଳି ଦେଖାଯାଉଛନ୍ତି । ଶିଳ୍ପା ନୁହେଁ ରିଚାର୍ଡ ଗେରେ ଏହି ମମାଲାର ମୁଖ୍ୟ ଅଭିଯୁକ୍ତ ।