କନକ ବ୍ୟୁରୋ: ପାଖାପାଖି ୨ ବର୍ଷର ବ୍ୟବଧାନ ପରେ ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ତାଙ୍କ ପୁଅ ଜୋରାବରକୁ ଦେଖା କରିଛନ୍ତି । ଆଉ ନିଜ ପୁଅକୁ ଭେଟିବା ବେଳର ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର କରିବା ସହିତ କିଛି ଭାବପୂର୍ଣ୍ଣ ଶବ୍ଦ ମଧ୍ୟ ଲେଖିଛନ୍ତି । ଏହି ଭିଡିଓରେ ସେ ନିଜ ପୁଅକୁ ଉଠାଇ ତା ସହିତ କିଛି ବିଶେଷ ମୁହୂର୍ତ୍ତ ବିତେଇଥିବା ଉଲ୍ଲେଖ କରିଛନ୍ତି । ତେବେ ୨୦୨୦ ମସିହାରୁ ଧାୱନଙ୍କ ପୁଅ ଜୋରାବର ଅଷ୍ଟ୍ରେଲିଆରେ ଥିଲେ, ଆଉ କୋଭିଡ୍ ନିୟମ କାରଣରୁ ସେ ଶିଖରଙ୍କୁ ଦେଖାକରିପାରୁନଥିଲେ ।

Advertisment

ଭିଡିଓ ସେୟାର କରି ଧାୱନ ଲେଖିଛନ୍ତି, ତା ସହିତ ଖେଳିବା, ତାକୁ କୋଳେଇ ନେବା, ତା ସହ କଥା ହେବା ବହୁତ ଇମୋସନାଲ ମୁହୁର୍ତ୍ତ ଅଟେ । ଏ ମୁହୂର୍ତ୍ତ ସବୁବେଳେ ମନେ ରହିବ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଶିଖର ଧାୱନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା । ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ସହିତ ତାଙ୍କର ବିଚ୍ଛେଦ ହୋଇଥିଲା । ଏହାପରେ ଜୋରାବର ତାଙ୍କ ମାଙ୍କ ସହିତ ମେଲବର୍ଣ୍ଣରେ ରହିଥିଲେ । ଅନ୍ୟପଟେ କ୍ରିକେଟରେ କୋଭିଡ୍ କଟକଣା କାରଣରୁ ଧାୱନ ଜୋରାବରଙ୍କୁ ଭେଟି ପାରିନଥିଲେ ।