୮ ବର୍ଷ ପରେ ଶିଖରଙ୍କ ସମ୍ପର୍କରେ ଫାଟ । ଅଲଗା ହେଲେ ଧାୱନ-ଆୟେଶା ।

5,262

କନକ ବ୍ୟୁରୋ : ଭାଙ୍ଗିଲା ୮ବର୍ଷର ସମ୍ପର୍କ । ଶିଖରଙ୍କ ସମ୍ପର୍କରେ ଫାଟ । ଭାରତୀୟ କ୍ରିକେଟ ଟିମର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖରଙ୍କ ଧାୱନଙ୍କ ବୈବାହିକ ସମ୍ପର୍କରେ ଫାଟ । ଶିଖର ନିଜ ପତ୍ନୀ ଆୟେଶାଙ୍କ ଠାରୁ ଛାଡପତ୍ର ନେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଠାରୁ ସୂଚନା ମିଳିଛି ।

ପାଖାପାଖି ୮ ବର୍ଷ ତଳେ ଆୟେଶା ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଭାରତୀୟ କ୍ରିକେଟ୍ ଟିମର ଗବର ଶିଖର ଧାୱନ । ଉଭୟଙ୍କର ଏକ ପୁଅଟିଏ ମଧ୍ୟ ଅଛି । ପୁଅର ନାଁ ହେଉଛି ଜୋରାବର । ତେବେ ଦୁଇଜଣଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ବିଭିନ୍ନ ସାକ୍ଷାତକାରରେ ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ଧାୱନଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏଭଳି ନିରାଶ କଲା ଭଳି ଖବର ।

Story Source

https://www.aninews.in/news/sports/cricket/shikhar-dhawan-ayesha-mukherjee-part-ways-after-8-years-of-marriage20210907212344/