କନକ ବ୍ୟୁରୋ: ଭାରତୀୟ କ୍ରିକେଟର ଶିଖର ଧୱନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି । ବିବାହର ୯ ବର୍ଷ ପରେ ଉଭୟ ଅଲଗା ହୋଇଛନ୍ତି । ଏନେଇ ଆୟେଶା ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ପ୍ରେମ ବିବାହ ସତ୍ତେ୍ୱ ଉଭୟଙ୍କ ବିଚ୍ଛେଦ ଏବେ ଫ୍ୟାନମାନଙ୍କୁ ନିରାଶ କରିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଧୱନ ଓ ଆୟେଶାଙ୍କ ଭେଟରେ କ୍ରିକେଟର ହରଭଜନ ସିଂଙ୍କ ମୁଖ୍ୟ ଭୂମିକା ରହିଥିଲା । ଆସନ୍ତୁ ଜାଣିବା କେମିତି ।
ଧୱନ ଓ ଆୟେଶାଙ୍କ ଲଭ ଷ୍ଟୋରୀ ବେଶ ରୋମାଞ୍ଚକର । ଫେସବୁକରୁ ହିଁ ଆରମ୍ଭ ହୋଇଥିଲା ଉଭୟଙ୍କ ଲଭ୍ । ଫେସବୁକରେ ଆୟେଶାଙ୍କ ଫଟୋ ଦେଖି ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ଆଉ ସେହିଠାରୁ ବନ୍ଧୁତା ଆରମ୍ଭ ହୋଇଥିଲା, ପରେ ବନ୍ଧୁତା ପ୍ରେମରେ ବଦଳିଯାଇଥିଲା । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବାରୁ ଏଥିରେ ଭଜିଙ୍କ କଣ ଭୂମିକା ରହିଥିଲା । ଆଜ୍ଞା ହଁ ଧୱନ ହରଭଜନଙ୍କ ଫେସବୁକରୁ ହିଁ ଆୟେଶାଙ୍କୁ ଦେଖି ତାଙ୍କୁ ରିକ୍ୱେଷ୍ଟ ପଠାଇଥିଲେ ।
ଆଉ ଯେତେବେଳେ ଆୟେଶା ତାଙ୍କ ରିକ୍ୱେଷ୍ଟ ଗ୍ରହଣ କରିଥିଲେ ସେତେବେଳେ ଧୱନ ଭଜିଙ୍କୁ ଆୟେଶାଙ୍କ ବିଷୟରେ ପଚାରିଥିଲେ । ଆଉ ଆୟେଶା ପୂର୍ବରୁ ବିବାହିତ ବୋଲି ଭଜି ତାଙ୍କୁ କହିଥିଲେ । ହେଲେ ଏହାପରେ ବି ସେ ତାଙ୍କ ପ୍ରେମକୁ ସଫଳ କରିଥିଲେ ଆଉ ଆୟେଶାଙ୍କ ହାତ ଧରିଥିଲେ ।
ହେଲେ ଦୀର୍ଘ ୯ ବର୍ଷ ପରେ ଏବେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଛି । ଦୁହେଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୨ରେ ଉଭୟଙ୍କ ବିବାହ ହୋଇଥିବା ବେଳେ ୨୦୧୪ରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଥିଲା ।
ଆୟେଶାଙ୍କ ମାଆ ପଶ୍ଚିମବଙ୍ଗର ହୋଇଥିବା ବେଳେ ବାପା ବ୍ରିଟିଶର । ଆୟେଶାଙ୍କ ଜନ୍ମ ଭାରତରେ ହୋଇଥିଲେ ବି କିଛି ଦିନ ପରେ ସେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଆୟେଶା ନିଜ ପାଠ ପଢା ମଧ୍ୟ ଅଷ୍ଟ୍ରେଲିଆରେ ହୋଇଥିଲା । ତେଣୁ ଆୟେଶାଙ୍କ ପାଖରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆର ନାଗରକତା ରହିଛି ।