ଏମିତି ଥିଲା ଶିଖର-ଆୟେଶାଙ୍କ ସର୍ମ୍ପକ… । ଫେସବୁକରୁ ପ୍ରେମ, ଇନଷ୍ଟାଗ୍ରାମରେ ଛାଡପତ୍ର ଖବର! 

242

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ଶିଖର ଧୱନ-ଆୟେଶାଙ୍କ ଛାଡପତ୍ର ଖବର କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିବାହର ପାଖାପାଖି ୯ ବର୍ଷ ପରେ ଅଲଗା ହୋଇଛନ୍ତି ଶିଖର-ଆୟେଶା । ତେବେ ଏନେଇ ଶିଖର ଧୱନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏପିୱିଥ୍ଆୟେଶା ନାମରେ ଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହୋଇଥିବା ପୋଷ୍ଟରୁ କିଛି ଏଭଳି ସଂକେତ ମିଳିଛି । ଏପରିକି ଆୟେଶାଙ୍କ ପୁରୁଣା ଆକାଉଣ୍ଟ ଡିଲିଟ ହୋଇଥିବା ପରସ୍ପରକୁ ଅନଫଲୋ କରିଛନ୍ତି । ଏପରିକି ଆୟେଶା ମୁଖାର୍ଜୀ ନାଁରେ ଖୋଲିଥିବା ପେଜରେ ଶିଖର ଧୱନଙ୍କ କୌଣସି ଫଟୋ ମଧ୍ୟ ନାହିଁ । ଯେଉଁ ସୋସିଆଲ ମିଡ଼ିଆରୁ ଶିଖର-ଆୟେଶାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ସେହି ସୋସିଆଲ ମିଡ଼ିଆ ଏବେ ଅନେକ କିଛି ସଂକେତ ଦେଉଛି ।

ଶିଖର-ଆୟେଶାଙ୍କ ସମ୍ପର୍କ ସୋସିଆଲ ମିଡ଼ିଆରୁ ହିଁ ଆରମ୍ଭ ହୋଇଥିଲା । ସାଥୀ କ୍ରିକେଟର ହରଭଜନ ସିଂଙ୍କ ଆକାଉଣ୍ଟରେ  ଆୟେଶାଙ୍କ ଫଟୋ ଦେଖିଥିଲେ ଶିଖର । ସଙ୍ଗେ ସଙ୍ଗେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ବନ୍ଧୁ ସାଜିଥିଲେ ଶିଖର । ପରେ ଫୋନରେ କଥା ହେଉ ହେଉ ପରସ୍ପରକୁ ଭଲପାଇ ବସିଥିଲେ ଆୟେଶା-ଶିଖର । ଏହାର କିଛି ଦିନ ପରେ ଶିଖର ଆୟେଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ଆୟେଶା ମଧ୍ୟ ରାଜି ହୋଇ ଯାଇଥିଲେ । ତେବେ ଶିଖରଙ୍କ ପରିବାର ଏହି ପ୍ରସ୍ତାବରେ ପ୍ରଥମରୁ ରାଜି ନଥିଲେ । କାରଣ ଶିଖରଙ୍କ ଠାରୁ ଆୟେଶା ବୟସରେ ୧୦ ବର୍ଷ ବଡ ଥିବାବେଳେ ପ୍ରଥମ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ଏପରିକି ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ୨ଟି ଝିଅ ମଧ୍ୟ ଥିଲେ । ଏହାସତ୍ତେ୍ୱ ମଧ୍ୟ ଶିଖର ନିଜ ପରିବାରକୁ ମନାଇବା ସହ ୨୦୧୨ରେ ଆୟେଶାଙ୍କ ହାତ ଧରିଥିଲେ । ଏପରିକି ଦୁଇ ଝିଅକୁ ମଧ୍ୟ ନିଜର କରି ନେଇଥିଲେ । ପରେ ୨୦୧୪ରେ ଶିଖର-ଆୟେଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

 

View this post on Instagram

 

A post shared by Aesha Mukerji (@apwithaesha)

ଶିଖରଙ୍କ ସହ ବିବାହ ପରେ ଆୟେଶା ନିଜର ସରନେମ ମଧ୍ୟ ବଦଳାଇ ଧୱନ କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆରେ ପରିବାର ସହ ବାସ କରୁଥିବା ଆୟେଶା ବିବାହ ପରେ ପ୍ରାୟତଃ ଭାରତରେ ରହୁଥିଲେ । ଆଇପିଏଲର ବିଭିନ୍ନ ମ୍ୟାଚରେ ଶିଖର ଧୱନଙ୍କୁ ଚିୟରଅପ୍ କରିବାକୁ ଷ୍ଟାଡିୟମରେ ପହଞ୍ଚୁଥିଲେ ଆୟେଶା । ଏପରିକି ନିଜ କ୍ରିକେଟ କ୍ୟାରିୟରର ଯେଉଁ ସଫଳତା ମିଳିଥିଲା ତାହାର ଶ୍ରେୟ ଆୟେଶାଙ୍କୁ ଦିଅନ୍ତି ଶିଖର । ବିବାହ ପରେ ଶିଖର ଭାରତୀୟ ଦଳରେ ସ୍ଥାନ ପାଇବା ହେଉ କି  ଦମଦାର ପ୍ରଦର୍ଶନ ସବୁର ଶ୍ରେୟ ଆୟେଶାଙ୍କୁ ଦିଅନ୍ତି ଶିଖର ।