କନକ ବ୍ୟୁରୋ : ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡାର ମୂର୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରାଯିବ । ସ୍ମାଟ ସିଟି ତରଫରୁ ରାଜଧାନୀର ମାଷ୍ଟର କ୍ୟାଂଟିନର ରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ ଏନେଇ ସଂସ୍କୃତି ବିଭାଗକୁ ଗତ ୬ ମାସ ତଳେ ଚିଠି ଲେଖିଥିଲା ସ୍ମାଟ ସିଟି । ଶେଷର ସଂସ୍କୃତି ବିଭାର ଏଥିରେ ମୋହର ମାରିବା ସହ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛି ।
ସେପଟେ, କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ସେହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୁର୍ତ୍ତିକୁ ହଟାଇବାକୁ ନେଇ ଆରମ୍ଭ ହୋଇଛି ବିବାଦ । ମୈାଳିକତାକୁ ଆଘାତ ଦେଇ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ଗତକାଲି ଚେତାବନୀ ଦେଇଥିଲେ ପୁଜ୍ୟପୁଜା ସଂସ୍ୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା, ନିକଟରେ ମଧ୍ୟ ଅନେକ ନର୍ତ୍ତକୀ ମୁର୍ତ୍ତି ସ୍ଥାନ ପାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ ।