କନକ ବ୍ୟୁରୋ : ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଏସଏଚଜି ମହିଳା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଂଚାୟତର ବିଭିନ୍ନ ଗାଁରେ ନିଶାନିବାରଣ ଶୋଭାଯାତ୍ରାର ଆୟୋଜନ କରି ଥିଲେ ଏସଏଚଜି ମହିଳାମାନେ । ତେବେ ଗତ ୩ ତାରିଖରେ ମହିଳାମାନେ କିଆଙ୍ଗ ଗାଁଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି କସିଗୁଡାଓ ବାଦଲିଗୁଡା ଦେଇ ଭଇଁସାଘାଟ ଗାଁକୁ ଯିବାର କାର୍ଯ୍ୟକ୍ରମ ଥିଲା ।

Advertisment

ତେବେ ବଦଲିଗୁଡା ଗାଁରେ ରହୁଥିବା ପ୍ରାଥମିକ ବାଦ୍ୟାଳୟର ଜଣେ ସରକାରୀ ଶିକ୍ଷକ ଗାଁରେ ନିଶାନିବାରଣ ଶୋଭାଯାତ୍ରାକୁ ବିରୋଧ କରିଥିଲେ । ଶିକ୍ଷକ ଜଣକ ଖୋଦ ବର୍ଷ ବର୍ଷ ଧରି ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ଶିକ୍ଷକ ଜଣକ ଓଲୋଟା ମହିଳାଙ୍କ ସହ ହୋହଲ୍ଲା କରି ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ତୁରନ୍ତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।