ବ୍ରାଇଡାଲ ମେକଅପ୍ ଶିଖୁଛନ୍ତି ଏସଏଚଜି ମହିଳା । ମାଗଣାରେ ଦିଆଯାଉଛି ପ୍ରଶିକ୍ଷଣ ।

315

କନକ ବ୍ୟୁରୋ: ବର୍ତ୍ତମାନ ବ୍ୟୁଟି, ମେକଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢ଼ୁଛି । ତେଣୁ ଏଦିଗରେ ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟିି କରାଯାଉଛି । ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ “ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୮ଟି ଜିଲ୍ଲାରୁ ୩୦ ଜଣ ଏସଏଚଜି ମା’ ତାଲିମ ଶେଷ କରି ବାହାରିଛନ୍ତି । ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ ଫେସିଆଲ, ବ୍ରାଇଡାଲ ମେକଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ, ହେଡ ମସାଜ ଏବଂ ଥ୍ରେଡିଂ ଆଦି ଶିଖିଥିଲେ । ତାଲିମ ଶେଷରେ ସେମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସେମାନଙ୍କୁ ସାର୍ଟିଫିକେଟ ସହ ମେକଅପ୍ କିଟ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇଥିଲେ ।