କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଯେଉଁଠି ଦିନେ ମାଓବାଦୀଙ୍କ ରାଜୁତି ଚାଲୁଥିଲା । ଅପହଁଚ ଇଲାକାରେ କେବଳ ଟନ ଟନ ଗଂଜେଇ ଉତ୍ପାଦନ ହୋଉଥିଲା । ତେବେ ଗଂଜେଇ ବଦଳରେ ଏବେ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ । ଗତ କିଛି ବର୍ଷ ଧରି ଗଂଜେଇ ଛାଡି ଲୋକେ ସୁଂଆ, ବିରି, ମୁଗ ଆଦି ଚାଷ କରୁଥିବା ବେଳେ ଏବେ ହଳଦୀ ଚାଷ ପ୍ରତି ମନ ବଳାଇଛନ୍ତି ସ୍ୱାଭିମାନ ଅଂଚଳର ଲୋକେ । କାରଣ ମିଶନ ଶକ୍ତି ମହିଳା ମାନେ ଗାଁକୁ ଗାଁ ବୁଲି ହଳଦୀ ଚାଷ ଲାଗି ଲୋକଙ୍କୁ ବୁଝାଇବା ସହ ଏସଏଚଜି ମହିଳା ମାନେ ମଧ୍ୟ ଖୋଦ ନିଜ ବିଲ ବାଡିରେ ହଳଦୀ ଚାଷ କରୁଛନ୍ତି । ଆଉ ଅମଳ ହୋଉଥିବା ହଳଦୀକୁ ମିଶନ ଶକ୍ତି ମହିଳା ମାନେ କ୍ରୟ କରି ତାହାକୁ ଭଲ କରି ସୁଖାଇ ଗୁଣ୍ଡ କରୁଛନ୍ତି । ଆଉ ତାହାକୁ ପ୍ୟାକିଙ୍ଗ କରି ବଜାରରେ ବିକ୍ରୀ କରୁଛନ୍ତି । ଆଉ ଏ ଦିଗରେ ବେଶ ସକ୍ରୀୟ ଭୁମିକା ଗ୍ରହଣ କରିଛନ୍ତି । ସ୍ୱାଭିମାନ ଅଂଚଳ ବଡପଡା ଗାଁର ଜୀବନ ବିକାଶ ହଳଦୀ ଉତ୍ପାଦନ ଗୋଷ୍ଠୀ ।

Advertisment

ସ୍ୱାଭିମାନ ଅଂଚଳରେ ଜୈ÷ବିକ ପଦ୍ଧିତିରେ ହଳଦୀ ଉତ୍ପାଦନ ହୋଉଥିବାରୁ ବର୍ଷ ବର୍ଷ ଧରି ଏଠାକାର ହଳଦୀର ବେଶ ଚାହିଦା ରହିଛି । ତେବେ ପୂର୍ବରୁ ମହିଳା ମାନେ ସାଗ ମାଛ ଦରରେ କେବଳ ଗୋଟା ହଳଦୀକୁ ବ୍ୟବସାୟୀଙ୍କୁ ବିକ୍ରୀ କରୁଥିଲେ । ହାଟ ବଜାରରେ ଯାଇ ୩୦ ରୁ ୪୦ ଟଙ୍କା ପ୍ରତି କିଲୋ ଦରରେ ଗୋଟା ହଳଦି ବିକ୍ରୀ କରି ସୌଦା ଆଣୁଥିଲେ । ଆଉ ଏବେ ଏସଚଏଜି ମହିଳା ମାନେ ସ୍ୱତନ୍ତ୍ର ପ୍ରଡ୍ୟୁସର ଗୃପ ଗଠନ କରି ଚାଷୀଙ୍କ ଠାରୁ ୭୦ ରୁ ୮୦ ଟଙ୍କା ଦର ରେ ହଳଦୀ କିଣୁଛନ୍ତି । ଚିତ୍ରକୋଣ୍ଡା ବନ୍ଧାମାମୁଡି ଗାଁର କଣ୍ଡାମା ହନ୍ତାଳ ପୂର୍ବରୁ ତାଙ୍କର ଏକ ଏକର ଜମିରେ ହଳଦୀ ଚାଷ କରି ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଆଉ ଏବେ କିନ୍ତୁ ମିଶନ ଶକ୍ତି ମହିଳାଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି କଣ୍ଡାମା ।

ଜିଲ୍ଲାର ପ୍ରଶାସନ ଓ ଓରମାସ ସହାୟତାରେ ମାଲକାନଗିରି ରୁରାଲ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ ନାମକ କମ୍ପାନୀ ଗଠନ କରି ଉତ୍ପାଦନକାରୀ ଗୋଷ୍ଠୀ କୁ ୨ ଲକ୍ଷ ୪ ହଜାର ଟଙ୍କାର ଭିତିଭୁମି ବିକାଶ ପାଣ୍ଠି ଓ ଏକ ଲକ୍ଷ ଟଙ୍କା ଯନ୍ତ୍ରାଂଶ ପାଣ୍ଠି ଯୋଗାଇ ଦିଆଯାଇଛି । ଏହା ସହ ବଜାର ସହାୟତା ମଧ୍ୟ ପ୍ରଦାନ କରାଯାଇଛିି । ଆଉ ସ୍ୱାଭିମାନ ଅଂଚଳର ହଳଦୀକୁ ସ୍ୱାଭିମାନ ହଳଦୀ ନାମରେ ବ୍ରାଣ୍ଡିଙ୍ଗ କରି ବଜାରରେ କିଲୋ ପ୍ରତି ୨୪୦ରୁ ୨୬୦ ଟଙ୍କାରେ ବିକ୍ରୀ କରାଯାଉଛି । ବିଶେଷ କରି ସ୍ୱାଭିମାନ ଅଂଚଳର ସମସ୍ତ ବିଏସଏଫ କ୍ୟାମ୍ପ, ଖୋଲା ବଜାର, ମଲ ମାନଙ୍କରେ ସ୍ୱାଭିମାନ ହଳଦୀର ବେଶ ଚାହିଦା ରହିଥିବା ବେଳେ ନିକଟରେ ହାଇଦ୍ରାବାଦ ଜି-୨୦ ସମ୍ମିଟରେ ସ୍ୱାଭିମାନ ହଳଦି ପ୍ରଦର୍ଶିତ ହୋଇଥିଲା । ଜର୍ମାନୀ, ଇଟାଲି, ଫିନଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ପରି ୭ଟି ଦେଶର କୃଷି ମନ୍ତ୍ରୀ ସ୍ୱାଭିମାନ ହଳଦୀ କିଣି ନେବା ସହ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଂଚଳର ୧୫୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ୬ଟି ଉଉତ୍ପାଦନକାରୀ ଗୋଷ୍ଠୀ ଗଠନ କରିଛି ଏମଆରପିସିଏଲ । ଆଉ ବିଶେଷ କିଛି ଭିତିଭୁମି ନଥାଇ ପ୍୍ରଥମ ବର୍ଷରେ ପରୀକ୍ଷାମୁଳକ ଭାବେ ପ୍ରାୟ ୩ କୁଇଂଟାଲ ସ୍ୱାଭିମାନ ହଳଦୀ ପ୍ୟାକେଟ ବିକ୍ରି ହୋଇଛି । ତେବେ ପୁରା ସ୍ୱଭିମାନ ଅଂଚଳରେ ପ୍ରତି ବର୍ଷ ୪୦ ରୁ ୫୦ ଟନ୍ ହଳଦୀ ଉତ୍ପଦାନ ହୋଉ ଥିବା ବେଳେ ସେଇ ଅନୁପାତରେ ଭିତିଭୁମିର ବିକାଶ ହବା ଜରୁରୀ ହୋଇପଡିଛି ।