ଏସଏଚଜି ମହିଳା ଦେବେନି ଡାଉନପେମେଣ୍ଟ! ଇ-ସ୍କୁଟର କିଣିବା ହେବ ସହଜ

2,001

କନକ ବ୍ୟୁରୋ: ମିଶନ ଶକ୍ତି ସ୍କୁଟର ଯୋଜନା ଅଧିନରେ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ମିଶନ ଶକ୍ତି ବିଭାଗର ସଚିବ ସୁଜାତା ଆର୍ କାର୍ତିକେୟନ । ସ୍କୁଟର ଋଣ ବେଳେ ବ୍ୟାଙ୍କ ଗୁଡ଼ିକ ମାର୍ଜିନ ମନି ବା ଡାଉନ୍ ପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି । ଯାହାଦ୍ୱାରା ବହୁ ଏସଏଚଜି ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ଏସଏଲବିସି ବୈଠକରେ ଏନେଇ ଆଲୋଚନା କରିଛନ୍ତି ବିଭାଗୀୟ ସଚିବ । ଏହାସହିତ ପଞ୍ଚାୟତସ୍ତରରେ ଏସଏଚଜି ଫେଡେରେସନ୍, ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାସ ହ୍ୟାଣ୍ଡଲିଙ୍ଗ ଚାର୍ଜ ଛାଡ଼ ଲାଗି ମଧ୍ୟ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରାଯାଇଛି ।

ମୋ ଘର ଯୋଜନାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । କେମିତି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ଯୋଜନା । ସେ ନେଇ ବ୍ୟାଙ୍କ ଅଧିକାରୀଙ୍କ ସହିତ ମାରାଥନ ଆଲୋଚନା କରିଛନ୍ତି ସରକାର । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ଯୋଜନା । ହିତାଧିକାରୀ ଚିହ୍ନଟ, କେତେ ଟଙ୍କା ଋଣ ପାଇବାକୁ ଯୋଗ୍ୟ, ଏନେଇ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରିଥିଲା ଅର୍ଥ ବିଭାଗ । ଏହି ଯୋଜନାରେ ହିତାଧିକାରୀ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ଆଉ ଋଣ ପରିଶୋଧ ଅବଧି ରହିଛି ୧୦ ବର୍ଷ ।

କୃଷି ଓ ବିଭିନ୍ନ ଯୋଜନାରେ ଋଣ ବ୍ୟବସ୍ଥାକୁ କିପରି ସରଳ କରାଯାଇପାରିବ, କିପରି ଋଣ ପାଇବାକୁ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ହିତାଧିକାରୀ, ଏନେଇ ବୈଠକରେ ଆଲୋଚନା ହୋଇଥିଲା ।