ସମୟ ସହ ତାଳଦେଇ ଆଗକୁ ବଢୁଛନ୍ତି ମହିଳା, ପଡିଆ ଜମିରେ ସୁନା ଫଳାଇ ରେକର୍ଡ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

Advertisment
ସମୟ ସହ ତାଳଦେଇ ଆଗକୁ ବଢୁଛନ୍ତି ମହିଳା, ପଡିଆ ଜମିରେ ସୁନା ଫଳାଇ ରେକର୍ଡ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ପାଟପୁର ଗାଁର ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସମୟ ସହ ତାଳ ଦେଇ ଏମାନେ କିପରି ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ ସେନେଇ ଆରମ୍ଭ କରିଛନ୍ତି ପ୍ରୟାସ । ମାତ୍ର ୧୨ ଜଣ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହିଳା ଗୋଷ୍ଠୀର ସଦସ୍ୟାମାନେ ଦୁଇ ମାସତଳୁ ଆରମ୍ଭ କରିଛନ୍ତି ପରିବା ଚାଷ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ପଡିଆ ପଡିଥିବା ଏକ ଏକର ଜମିକୁ ଲିଜ୍ ସୂତ୍ରରେ ଆଣି ଆରମ୍ଭ କରିଛନ୍ତି ପରିବା ଚାଷ । ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ଚଳିତବର୍ଷ ସେମାନେ କାକୁଡି, କଲାରା,ଜହ୍ନୀ ଭଳି ପରିବା ଚାଷକରିଛନ୍ତି । ଉନ୍ନତ ମାନର ବିହନ ସାଙ୍ଗକୁ ସାର ଓøଷଧ ବ୍ୟବହାର କରି ପଡିଆ ଜମିକୁ ସବୁଜିମାରେ ଭରିବା ସହ ବେଶ୍ ଭଲ ଅମଳ କରିବାକୁ ସକ୍ଷମ ହୋଇଛନ୍ତି ।

ଏହି ଚାଷ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ମହିଳା । ଏବେ ପରିବା ଦର ଅଧିକ ରହିଥିବାରୁ ୨ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଲାଣି । ଏହି ମହିଳାମାନଙ୍କ ଚାଷରେ ସଫଳତା ଦେଖି ଅନ୍ୟମହିଳାମାନେ ପରିବା ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ସେମାନଙ୍କ ପରାମର୍ଶ ନେଉଥିବା ଗ୍ରୁପର ସଦସ୍ୟାମାନେ କହିଛନ୍ତି । ଅନ୍ୟପଟେ ଉପଯୁକ୍ତ ବଜାର ନଥିବାରୁ ଅକ୍ଳାନ୍ତ ପରିଶ୍ରମ କରି ଉତ୍ପାଦିତ ପରିବାକୁ ସଠିକ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି ମହିଳା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ତେବେ ବର୍ତମାନର ମହଙ୍ଗା ସମୟରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କର ପରିବା ଚାଷରେ ସଫଳତା ନିଶ୍ଚୟ ଅନ୍ୟମାନଙ୍କୁ ରୋଜଗାର ପାଇଁ ବାଟ ଦେଖାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe