ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସର୍ଲିନ ଚୋପ୍ରା । କହିଲେ ଏମିତି କଥା

154

କନକ ବ୍ୟୁରୋ : ଯେବେଠାରୁ ରାଜ କୁନ୍ଦ୍ରାଙ୍କ ନାମ ଅଶ୍ଳିଳ ଭିଡିଓ ମାମଲାରେ ଅସିଲାଣି ସେବେଠାରୁ ସର୍ଲିନ ଚୋପ୍ରା ଲଗାତର ଭାବେ ରାଜ କୁନ୍ଦ୍ରାଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ଏବେ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରା ଓ ତାଙ୍କ ଅଭନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସୋସିଆଲ ମିଡିରେ ସୂଚନା ଦେଇଛନ୍ତି ସର୍ଲିନ ।

ସର୍ଲିନ ଚୋପ୍ରା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରି କହିଛନ୍ତି କି “ଆଜି ମୁଁ ମୋଇ ଆଇନ ପରାମର୍ଶଦାତାଙ୍କ ସହ ଜୁହୁ ପୋଲିସ ଷ୍ଟେସନ ଯାଇ ଶିଳ୍ପା ଓ ରାଜଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି ।” ସେ ଆହୁରି କହିଛନ୍ତି କି ରାଜ କୁନ୍ଦ୍ରା ଝିଅ ମାନଙ୍କର ଅଶ୍ଳିଳ ଭିଡିଓ ସୁଟିଂ କରି ସେମାନଙ୍କ ପେମେଣ୍ଟ କରି ନାହାଁନ୍ତି , ସେମାନଙ୍କୁ ରାଜ ଠକିଛନ୍ତି । ସେ ରାଜକୁନ୍ଦ୍ରାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଆପଣ କାହିଁକି ସେମାନଙ୍କ ଚରିତ୍ର ସହ ଖେଳ ଖେଳି ସେମାନଙ୍କୁ ଠକୁଛନ୍ତି । ଏହାକୁ କ’ଣ ପ୍ରକୃତରେ ବ୍ୟବସାୟ କୁହାଯାଏ ?

ଏନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସର୍ଲିନ କାନ୍ଦି ପକାଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି “ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟାଟା କେମିତି ବ୍ୟବସାୟ କରୁଛି ଯାଇ ଦେଖିଆସ, ଟାଟା ତାର ଚାକିରୀଆ ମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପାଳନ କରେ , ହେଲେ ଆପଣ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରିବା ପରେ ବି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଉ ନାହାଁନ୍ତି ଏହା ପରେ ବି ତାଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ଦେଉଛନ୍ତି ”

 

ସର୍ଲିନ ରାଜଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ମୋତେ ରାଜ ବାରମ୍ବାର ଅଣ୍ଡର ୱାର୍ଲ୍ଡର ଧମକ ଦେଇ ଅଭିଯୋଗ ପ୍ରତ୍ୟାହାର କରିନେବାକୁ କହୁଛନ୍ତି । ଏଭଳି ନକଲେ ମୋତେ ବର୍ବାଦ କରିଦେବାକୁ ରାଜ ବାରମ୍ବାର ଧମକ ଦେଉଛନ୍ତି । ମୁଁ ଦୁର୍ଗା ମା’ଙ୍କ ଆର୍ଶିବାଦ ନେଇ ଆସିଛି ଓ ଏବେଠାରୁ ରାଜଙ୍କୁ ଡରିବା ବନ୍ଦ କରି ତାଙ୍କ ବିରୋଧରେ ମୋ ପାଖରେ ଯେତେ ପ୍ରମାଣ ଅଛି ତାକୁ ସାର୍ବଜନୀନ କରିବାକୁ ଏବେ ସର୍ଲିନ ରାଜ କୁନ୍ଦ୍ରାଙ୍କୁ ଧମକ ଦେଇଛନ୍ତି ।