ଭାରତରେ ତାଲିମ ନେଲେ ତାଲିବାନ୍ ସହ ହାତ ମିଶାଇଲେ: ଏବେ ତାଲିବାନର ରାଜନୈତିକ ମୁଖ୍ୟ, ଶେର ମହମ୍ମଦ ଅବାସ୍

437

କନକ ବ୍ୟୁରୋ: ଭାରତୀୟ ମିଲିଟାରି ଏକାଡେମୀରୁ ତାଲିମ ନେଲେ ହେଲେ ବର୍ବର ତାଲିବାନ ପାଇଁ କାମ କଲେ । ସେ ହେଉଛନ୍ତି ତାଲିବାନର ରାଜନୈତିକ ମୁଖ୍ୟ ଶେର ମହମ୍ମଦ ଅବାସ୍ ଷ୍ଟାନିକଜାଇ । ଭାରତର ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରୁ ତାଲିମ ନେବା ପରେ ଆଫଗାନି ସେନା ପାଇଁ କାମ କରୁଥିବା ଶେର ଅବାସ୍ ଏବେ ତାଲିବାନ ସରକାରଙ୍କ ପାଇଁ କାମ ଆରମ୍ଭ କରିଥିଲେ । ଭାରତରେ ପ୍ରଶିକ୍ଷଣ ନେବା ସମୟରେ ତାଙ୍କ ସାଙ୍ଗମାନେ ତାଙ୍କୁ ‘ଶେର’ ନାଁରେ ଡାକୁଥିଲେ ।

ସୂଚନା ମୁତାବକ, ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଶେର ମହମ୍ମଦ୍ ଡେରାଡୁନର ଆଇଏମଏରେ ଯୋଗ ଦେଇଥିଲେ । ସେଠାରେ ଦେଢବର୍ଷ ତାଲିମ ନେବା ପରେ ସେ ଆଫଗାନିସ୍ତାନ ସେନାରେ ଲେପ୍ଟେନାଣ୍ଟଭାବେ ଯୋଗ ଦେଇଥିଲେ । ଏହା ପରେ ସୋଭିଏତ୍ରୁଷିଆ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧରେ ଆଫଗାନିସ୍ତାନ ପକ୍ଷରୁ ଲଢିଥିଲେ । ହେଲେ ଏବେ ସେ ତାଲିବାନର ରାଜନୈତିକ ମୁଖ୍ୟ