ବିଭିନ୍ନ ସ୍ଥାନରୁ ଲୋକମାନେ ଟ୍ରେନରେ ଯିବା ଆସିବା କରିଥାନ୍ତି । ଏପରିକି ଅନେକ ଷ୍ଟେସନରେ ପ୍ରବଳ ଭିଡ ମଧ୍ୟ ରହିଥାଏ । ଆଉ ଏହି ଭିଡ ଭିତରେ ଛୋଟ ପିଲାମାନେ ନିଖୋଜ ହୋଇଯାଉଥିବାର ଅନେକ ମାମଲା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଦିଲ୍ଲୀ ଠାରୁ ଆରମ୍ଭ କରି ଦାନାପୁର, ସମସ୍ତିପୁର, ଜୟପୁର, ଗ୍ୱାହାଟି ଏବଂ ଅହମ୍ମଦାବାଦ ସମେତ ଦେଶର ୫ଟି ପ୍ରମୁଖ ରେଳ ଷ୍ଟେସନରେ ନିଖୋଜ ପିଲାମାନଙ୍କ ପାଇଁ ଆଶ୍ରୟ କେନ୍ଦ୍ର ସ୍ଥାପନ କରାଯିବ । ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ, ଆରମ୍ଭ କରାଯାଉଥିବା ଏହି ଯୋଜନା ପରେ ଅନ୍ୟ ଷ୍ଟେସନ ଗୁଡିକରେ ମଧ୍ୟ ଏହା ଆରମ୍ଭ କରାଯାଇପାରେ ।
ଏହି ସମ୍ବନ୍ଧରେ ରେଲୱେ ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ଜୋନଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଏହି କେନ୍ଦ୍ର ଗୁଡିକର ସଂଚାଳନ ରେଲୱେ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଚାଇଲ୍ଡ ଲାଇନ୍ ଇଣ୍ଡିଆ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ସହଯୋଗରେ କରାଯିବ । ଆଶ୍ରୟ କେନ୍ଦ୍ର ଚଳାଇବା ପାଇଁ ସ୍ୱୟଂସେବା ସଂଗଠନ ପ୍ରୟାସର ମଧ୍ୟ ସହଯୋଗ ଲୋଡାଯାଇପାରେ । ତେବେ ଏହି ଯୋଜନା ପାଇଁ ଆଇନ ସମ୍ମତ କାର୍ଯ୍ୟ ବାକି ଥିବା ବେଳେ ଏଥିପାଇଁ ଲାଇସେନ୍ସ ମଧ୍ୟ ନେବା ପାଇଁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/x08-1465389283-railways-06-1473179606.jpg.pagespeed.ic_.u0WVffr48O.jpg)
/kanak/media/post_attachments/wp-content/uploads/2018/09/82051-300x169.jpg)