କନକ ବ୍ୟୁରୋ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ମଙ୍ଗ ଧରିଛନ୍ତି। ଅନ୍ୟପଟେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ମଧ୍ୟ ଭାରତରେ ରହିଛନ୍ତି। ସେନାର ନିର୍ଦ୍ଦେଶ ପରେ ମାତ୍ର ୪୫ ମିନିଟ୍ ମଧ୍ୟରେ ଦେଶ ଛାଡିଥିଲେ ଶେଖ ହସିନା। ଏତେ କମ ସମୟ ମଧ୍ୟରେ ହସିନା ଦେଶ ଛାଡିଥିଲେ ଯେ, ସାଥିରେ ବିଶେଷ କିଛି ଆଣିବାକୁ ସମୟ ପାଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବାସଭବନରେ ଆନ୍ଦୋଳନକାରୀ ପଶି ସୁବିକିଛି ଲୁଟି ନେଇଥିଲେ। ଅଥାର୍ତ ଖାଲି ହାତରେ ବାଂଲାଦେଶରୁ ଭାରତକୁ ଆସିଛନ୍ତି ଶେଖ ହସିନା। ଶେଖ ହସିନା କେଉଁଠି ରାଜନୈତିକ ଆଶ୍ରୟ ନେବେ ତାହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ସହ ଆସିଥିବା କିଛି ସହଯୋଗୀ ଏବେ ଭାରତ ଛାଡି କୌଣସି ଏକ ଅଜ୍ଞାତ ସ୍ଥାନକୁ ଯାତ୍ରା କରିଛନ୍ତି। ଏସବୁ ଭିତରେ ଶେଖ ହସିନାଙ୍କ ସହ ଜଡିତ ବ୍ୟକ୍ତିଙ୍କ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶେଖ ହସିନା ଯେଉଁଠି ଖାଲି ହାତରେ ଭାରତରେ ଆସିଛନ୍ତି ସେତେବେଳେ ତାଙ୍କ ଚାକରଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଶେଖ ହସିନାଙ୍କ ହାତ ଖାଲି, ଚାକର ହାତରେ ୨୮୪ କୋଟି: ସବୁକିଛି ଛାଡ଼ି ମାତ୍ର ୪୫ମିନିଟ ଭିତରେ ଦେଶରୁ ଖାଲି ହାତରେ ବାହାରି ଆସିଥିଲେ ଶେଖ ହସିନା
/kanak/media/post_attachments/wp-content/uploads/2024/08/3-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)