କନକ ବ୍ୟୁରୋ: ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରେ ଭାରତରେ ଆସି ପହଞ୍ଚିଛନ୍ତି । ଏଠାରୁ ସେ ଲଣ୍ଡନ ପଳାଇବା ନେଇ ଚଚ୍ଚୟା ହେଉଛି ।
ଏବେ ସେନା ହାତରେ ରହିଛି ଦେଶର କମାଣ। ସେଠାରେ ସେନା ଅନ୍ତରୀଣ ସରକାର ଗଠନ କରି ଦେଶର ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ନୋବେଲ ବିଜେତା ମୁହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବାଂଲାଦେଶ ସେନା ମୁଖ୍ୟ ଓ ରାଷ୍ଟ୍ରପତି ଦେଶରେ ଅନ୍ତରୀଣ ସରକାର ଗଠନ ନେଇ ବିଚାରବିମର୍ଶ କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାସହ ଦେଶରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଛାଡି ଭାରତ ଚାଲି ଆସିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୁଚି ପଳାଇଛନ୍ତି ହସିନା। ତେବେ ହସିନା ଭାରତରେ କେତେ ଦିନ ରହିବେ ତାହା ସ୍ପଷ୍ଟ ହୋଇନାହିଁ।
Follow Us