ବାଂଲାଦେଶରେ ଭାଙ୍ଗିଲା ୧୫ ବର୍ଷର ସରକାର ; ଶେଖ୍ ହସୀନା ଦେଶ ଛାଡିଲେ, ସେନା ହାତରେ କ୍ଷମତା

ବାଂଲାଦେଶରେ ଭାଙ୍ଗିଲା ୧୫ ବର୍ଷର ସରକାର ; ଶେଖ୍ ହସୀନା ଦେଶ ଛାଡିଲେ, ସେନା ହାତରେ କ୍ଷମତା

କନକ ବ୍ୟୁରୋ: ଚାକିରି କ୍ଷେତ୍ରରେ ସଂରକ୍ଷଣ ଉଚ୍ଛେଦ ଦାବି ବାଂଲାଦେଶର ସ୍ଥିତି ପୁରା ଓଲଟପାଲଟ କରିଦେଲା ।  ପ୍ରବଳ ବିକ୍ଷୋଭର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା । ପରିସ୍ଥିତି ଅଣାୟତ୍ତ ହେବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଲୁଚି ପଳାଇଛନ୍ତି । ଭଉଣୀ ଶେଖ ରେହାନାଙ୍କୁ ସାଙ୍ଗରେ ଧରି ଭାରତ ଦେଇ ଲଣ୍ଡନ ଚାଲିଯାଇଥିବା ସୂଚନା ମିଳିଛି ।

ତେବେ ହସିନା ଘରଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିଥିଲେ ବିକ୍ଷୋଭକାରୀ । ଆଉ ଏଠାରେ ଖୁସି ମନାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବେଡ ଉପରେ ଶୋଇବା ସହ ଏହାର ଭିଡିଓ ବନାଇଥିଲେ । ରୋଷେଇ ଘରେ ପଶି ମିଠା ଖାଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅନେକ ଜିନିଷ ବି ବୋହିନେଇଛନ୍ତି ଲୋକେ ।

ଆଫଗାନିସ୍ତାନ ଉପରେ ତାଲିବାନୀ ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବାଂଲାଦେଶ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ବାଂଲାଦେଶ ସ୍ଥିତି ନେଇ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe