କନକ ବ୍ୟୁରୋ: ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନ ଜିତିଲା ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ । ୩୦୦ ଆସନରୁ ୨୦୦ ଆସନରେ ବିଜୟୀ ହୋଇଛି ଅୱାମୀ ଲିଗ୍  । ବିଜୟ ପରେ ଭାରତକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ହାସିନା ।  କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ । ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ୍ ।

Advertisment

ଏଥିସହ ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ଭାରତୀୟ ଅବଦାନକୁ ମନେପକାଇଛନ୍ତି  ହାସିନା ।  ୭୬ ବର୍ଷିୟ ଶେଖ୍ ହାସିନା ୨୦୦୯ରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସୁଛନ୍ତିି । ସେପଟେ ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ସାକିବ-ଉଲ-ହାସନ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ହାସିନାଙ୍କ ଦଳ ଅୱାମୀ ଲିଗରୁ ପ୍ରାର୍ଥୀ ହୋଇଥିବା ବେଳେ ଦେଢ ଲକ୍ଷ ଭୋଟରେ ନିର୍ବାଚିତ ହୋଇଛନ୍ତି ।