କନକ ବ୍ୟୁରୋ: ଅଭିନେତ୍ରୀ ଶେହନାଜ ଗିଲଙ୍କ ବାପାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏକ ବିଦେଶୀ ନମ୍ବରରୁ ଆସିଥିବା କଲରେ କେହି ଏପରି ଧମକ ଦେଇଥିବା ଜଣାପଡିଛି । ବାସ ତରାନ୍ତରନ୍ ଯିବା ବାଟରେ ଶେହାନାଜଙ୍କ ବାପା ସନ୍ତୋକ ସିଂଙ୍କୁ ଫୋନ କରି ଏପରି ଧମକ ଦିଆଯାଇଛି ।

Advertisment

ଫୋନରେ ସନ୍ତୋକ ସିଂହକୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ପରେ ଦୁଇ ଯୁବକ ହତ୍ୟା ଧମକ ଦେଇଥିଲେ । ଏହାକୁ ନେଇ ପୋଲିସ ମାମଲା ଦାଏର ହୋଇଛି । ଏହାପୂର୍ବରୁ ମଧ୍ୟ ସନ୍ତୋକ ସିଂହଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ୨୦୨୧ ସନ୍ତୋକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଡିସେମ୍ବର ୨୫ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେବବାକୁ ଅମୃତସର ଯାଉଥିବାବେଳେ ତାଙ୍କ କାର ଉପରକୁ ବାିକରେ ଆସିଥିବା କିଛି ଯୁବକ ଗୁଳିମାଡ କରିଥିଲେ । ହେଲେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ବଞ୍ଚାଇଥିଲେ ।