କନକ ବ୍ୟୁରୋ : ଜେଏନୟୁର ପୂର୍ବତନ ଛାତ୍ର ନେତ୍ରୀ ସେହେଲା ରସିଦ ନାଁରେ ତାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅଙ୍କ ବିରୋଧରେ ସେ ଦେଶଦ୍ରୋହ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କ ଝିଅ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି । ଏହାପରେ ସେହେଲା ମଧ୍ୟ ତାଙ୍କ ବାପା ଅବଦୁଲ୍ଲ ରସିଦଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ।
ଅବଦୁଲ୍ଲ ରସିଦ କହିଛନ୍ତି, ସେହେଲା ଯଦି ଜାତୀୟ ରାଜନୀତିରେ ଥିଲେ ତେବେ ହଠାତ କାହିଁକି କାଶ୍ମୀର ରାଜନୀତିରେ ପ୍ରବେଶ କଲେ । ପୂର୍ବରୁ କାଶ୍ମୀର ରାଜନୀତିରୁ ଦୂରେଇ ଯାଇଥିବା ଦଳଗୁଡିକ ପୁଣି ରାଜନୀତିକୁ ଫେରିଛନ୍ତି . ଧାରା ୩୭୦ ଉଚ୍ଛେଦ ବେଳେ ମଧ୍ୟ ସେହେଲେ ସୁପ୍ରିମକୋର୍ଟକୁ ଯାଇଥିଲେ ବୋଲି କହିଛନ୍ତି ଅବଦୁଲ୍ଲ ରସିଦ ।
ତେବେ ସେହେଲା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅବଦୁଲ୍ଲା ରସିଦ । ସେ କହିଛନ୍ତି ଯେ ତାଙ୍କ ଆକାଉଣ୍ଟକୁ ଥରେ ଚେକ କରାଯାଉ । ତାଙ୍କ ଆକାଉଣ୍ଟରେ ରସିଦ ଇଞ୍ଜିନିୟର ଅଛନ୍ତି, ଯାହାଙ୍କ ଇତିହାସ ବହୁତ ଖରାପ ରହିଛି । ସେହେଲାଙ୍କ ପାର୍ଟିର ଜଣେ ଲୋକ ଏନଆଇଏର କଷ୍ଟେଡିରେ ଅଛନ୍ତି ବୋଲି ତାଙକ ବାପା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/13.jpg)