ଦିନଥିଲା ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଉପସଭାପତି  ସିଲା ରଶିଦ୍ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦକୁ ତୀବ୍ର ବିରୋଧ କରୁଥିଲେ । ଏବେ କିନ୍ତୁ ସେ ମୋଦିଙ୍କ କାଶ୍ମୀର ନୀତିକୁ ଖୁବ ପ୍ରଶଂସା କରୁଛନ୍ତି । ଆଗରୁ ବହୁ ସଭାରେ ସେ ମୋଦିଙ୍କ ନୀତିକୁ ଖୁଲମ୍ଖୁଲା ସମାଲୋଚନା କରୁଥିଲେ । ସମୟକ୍ରମେ ତାଙ୍କର ମୋଦି ବିରୋଧ ସ୍ବର ଧୀରେଧୀରେ କ୍ଷୀଣ ହେବାରେ ଲାଗିଛି । ତାଙ୍କ କହିବା ଅନୁସାରେ ଏବେ କାଶ୍ମୀରରେ ମାନବାଧିକାର ସମସ୍ୟାରେ ବହୁତ ସୁଧାର ହେଉଛି ।

Advertisment

ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାଜପା ସରକାର ଅଗଷ୍ଟ ୫, ୨୦୧୯ରେ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦେଇଥିଲେ । ଯାହାକୁ ନେଇ ଦେଶ ଏବଂ ବିଦେଶରେ ବହୁତ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଧାରା ଉଚ୍ଛେଦ ହେବାର ପ୍ରାୟ ଚାରି ବର୍ଷ ପରେ ଏବେ କାଶ୍ମୀରରେ ଧୀରେ ଧୀରେ ଶାନ୍ତି ଓ ସୋହାର୍ଦର ବାତାବରଣ ଫେରି ଆସିଲାଣି ମୋଦି ସପକ୍ଷବାଦୀ ତ ସବୁବେଳେ  ତାଙ୍କର ଜୟଗାନ କରୁଥାନ୍ତି କିନ୍ତୁ ଏବେ ମୋଦି ବିରୋଧୀମାନେ ମଧ୍ୟ ତାଙ୍କର ପ୍ରଶଂସା କରିବା  ଆରମ୍ଭ କଲେଣି

ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଉପସଭାପତି  ସିଲା ରଶିଦ୍ ସ୍ବାଧୀନତା ଦିବସ ଅବସରରେ ଟୁଇଟ(X)କରି କହିଛନ୍ତି ଯେ “ଯଦିଓ ଏହା ସ୍ଵୀକାର କରିବାକୁ ଆଶ୍ଚର୍ଯ୍ୟଜନକ ଲାଗୁଛି କିନ୍ତୁ ଏହା ସତ୍ୟ ଯେ କାଶ୍ମୀରରେ ଏବେ ମାନବାଧିକାର ମାମଲାରେ ରେକର୍ଡ ସଂଖ୍ୟକ ସୁଧାର ହେଇଛି । ମୋଦି ସରକାର ଏବଂ ଜାମୁ କାଶ୍ମୀର ପ୍ରଶାସନ କାଶ୍ମୀର ଘାଟିରେ ଲୋକଙ୍କ ଜୀବନ ଧାରଣ ପାଇଁ ସହାୟକ ହେଇଛି । ଏହା ମୋର ଦୃଷ୍ଟିକୋଣ ଅଟେ । ଏହାପୂର୍ବରୁ ଅଗଷ୍ଟ ୧୪ ତାରିଖରେ ସେ ମୋଦି ସରକାରକୁ ପ୍ରଶଂସା କରି କହିଥିଲେ ଯେ ‘ବର୍ତ୍ତମାନର ସରକାର ଗୋଟେ ଝଟକାରେ ଦୀର୍ଘ ଦଶନ୍ଧି ଧରି ଚାଲି ଆସିଥିବା କାଶ୍ମୀରବାସୀଙ୍କ ପରିଚୟ ସଂକଟ ଦୂର କରିବାରେ ସଫଳ ହୋଇଛନ୍ତି । ଧାରା ୩୭୦କୁ ଉଚ୍ଛେଦ କରିବାର ଏହା ଏକ ସକରାତ୍ମକ ଫଳ କି ? ବୋଧହୁଏ ଆଗାମୀ ପିଢି ଏହି ବିବାଦୀୟ ପରିଚୟ ସଂକଟ ସହିତ ବଡ଼ ହେବନାହିଁ କି  ଆଉ ରକ୍ତପାତ ହେବନାହିଁ  । ଜଳବାୟୁ ସୁରକ୍ଷା  ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାରିଫ କଲେ ସିଲା ରଶିଦ୍ ଜଳବାୟୁ ସୁରକ୍ଷା  ବିଷୟରେ ତାଙ୍କର ପ୍ରତିବଦ୍ଧତା ପାଇଁ  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ତାରିଫ କରିଛନ୍ତି  । ଏକ ଅନୁସନ୍ଧାନ ରିପୋର୍ଟର ତଥ୍ୟକୁ ନେଇ ଟୁଇଟ କରି ସିଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ ଶକ୍ତି ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି  ବୋଲି କହିଛନ୍ତି । ଏହି ତଥ୍ୟ ଅନୁସାରେ ସେ ଆହୁରି କହିଛନ୍ତି ଯେ ଭାରତ ଆଉ ପ୍ରଦୂଷଣ କରୁଥିବା ଦେଶ ତାଲିକାରେ ନାହିଁ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ରିୟ ଆଭିମୁଖ୍ୟ ପ୍ରଶଂସନୀୟ ।