କନକ ବ୍ୟୁରୋ: ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଫ୍ୟାନ୍ସ । କାର୍ଡିଆକ ଆରେଷ୍ଟରେ ପ୍ରାଣ ହରାଇଛନ୍ତି ୪୨ ବର୍ଷୀୟ ଶେଫାଳୀ । ପଞ୍ଚଭୂତରେ ବିଲୀନ ହେଲେ ଶେଫାଳୀ ଜରିୱାଲା । ଶେଫାଳୀଙ୍କ ଶବକୁ କାନ୍ଧ ଦେଇଥିଲେ ସ୍ବାମୀ ପରାଗ ତ୍ୟାଗୀ । ଶେଫାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସ୍ବାମୀ ପରାଗ ଏବଂ ଶେଫାଳୀଙ୍କ ମା ।
ଅଭିନେତ୍ରୀଙ୍କ ମୃତ୍ୟୁରେ ସାରା ବଲିଉଡ୍ ଶୋକରେ ବୁଡିଛି । ଶେଫାଳୀଙ୍କ ଅନ୍ତିମ ସଂସ୍କାରରେ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା ଆଉ ସମସ୍ତଙ୍କ ଆଖିରେ ଥିଲା ଲୁହ । ସ୍ବାମୀ ପରାଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ନଜର ଆସିଛନ୍ତି । ଦମ୍ପତ୍ତିଙ୍କ ମଧ୍ୟରେ ଖୁବ୍ ଭଲ ପାଇବା ଥିଲା, କୋହଭରା କଣ୍ଠରେ ପରାଗ ମିଡ଼ିଆକୁ କହିଥିଲେ ମୋ ପରୀ ପାଇଁ ପ୍ରାର୍ଥନା କରନ୍ତ । ରିପୋର୍ଟ ଅନୁସାରେ ଶେଫାଳୀଙ୍କୁ କାର୍ଡିଆକ୍ ଆରେଷ୍ଟ ଆସିଥିଲା । ତୁରନ୍ତ ସ୍ବାମୀ ପରାଗ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ଡାକ୍ତର ଶେଫାଳୀଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/29/12ss-2025-06-29-11-40-58.jpg)