କନକ ବ୍ୟୁରୋ : ମେଣ୍ଢାକୁ ମାରିଲେ ଫାଣ୍ଡିକୁ ଗଲେ । ବାଡିରେ ପଶିଲା ବୋଲି ମେଣ୍ଢାକୁ ମାରିଦେଲେ ଘର ମାଲିକ । ଗଞ୍ଜାମ ଖଲ୍ଲିକୋଟ ଥାନା କଙ୍କେଇ ଗାଁରେ ଘଟିଛି ଏହି ଘଟଣା । ଗୁରାପଲ୍ଲୀ ଗାଁର ଜଣେ ବ୍ୟକ୍ତି ଛେଳି ଓ ମେଣ୍ଢା ନେଇ ଚରାଇବାକୁ ଯାଇଥିଲେ । ସହି ସମୟର କଙ୍କେଇର ଜଣେ ବ୍ୟକ୍ତି ଜୟନଙ୍କ ବାଡିରେ ପସିଥିଲେ ଏହି ଛେଳି ଓ ମେଣ୍ଢା ପଲ । ତେବେ ବାଡିରେ ଛେଳି ମେଣ୍ଢା ପଲକୁ ଦେଖି ଜୟନ ଗୋଟିଏ ମେଣ୍ଢାକୁ ମାରି ଘର ଭିତରକୁ ନେଇଯାଇଥିବା ବେଳେ ଆଉ ଗୋଟିଏ ମେଣ୍ଢାକୁ ଧାରୁଆ ଅସ୍ତ୍ରରେୁ ହାଣି ଦେଇଥିଲେ । ମେଣ୍ଢା ମାଲିକ ଏହା ଦେଖିବା ପରେ ବିରୋଧ କରିବା ସହ ମୃତ ମେଣ୍ଢାକୁ ନେଇ ପହଂଚିଛନ୍ତି ଥାନାରେ । ଅଭିଯୋଗ ପରେ ଭେଜିପୁଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଜୟନକୁ ଫାଣ୍ଡିକୁ ଆଣି ଅଟକ ରଖି ତଦନ୍ତ କରୁଛି ।