ଶତୃଘ୍ନ ସିହ୍ନା କଲେ ଜିନ୍ନାଙ୍କ ଗୁଣଗାନ : କହିଲେ, ଦେଶର ସ୍ୱାଧୀନତା-ବିକାଶରେ ମୋହମ୍ମଦ ଅଲି ଜିନ୍ନାଙ୍କ ମଧ୍ୟ ରହିଛି ଯୋଗଦାନ 

138

ବିଜେପି ଛାଡି କଂଗ୍ରେସର ହାତ ଧରିଥିବା ଶତୃଘ୍ନ ସିହ୍ନା ପାକିସ୍ତାନର ସଂସ୍ଥାପକ ମୋହମ୍ମଦ ଅଲି ଜିନ୍ନାଙ୍କ ପ୍ରଂଶସା କରିଛନ୍ତି । ଏହା ସହିତ ଜିହ୍ନାଙ୍କୁ ‘କଂଗ୍ରେସ ପରିବାର’ର ସଦସ୍ୟ ବୋଲି ମଧ୍ୟ କହିଛନ୍ତି । ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥଙ୍କ ପାଇଁ ପ୍ରଚାରରେ ପହଂଚିଥିବା ଶତୃଘ୍ନ ସିହ୍ନା କହିଲେ, “କଂଗ୍ରେସ ପରିବାର ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପର୍ଯ୍ୟନ୍ତ, ମୋହମ୍ମଦ ଅଲି ଜିନ୍ନାଙ୍କ ଠାରୁ ଆରମ୍ଭ କରି ଜବାହାର ଲାଲ ନେହେରୁଙ୍କ ପର୍ଯ୍ୟନ୍ତ, ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଦଳ ।”

ସେ କହିଛନ୍ତି କି, “ଭାରତର ସ୍ୱାଧୀନତା ଓ ବିକାଶରେ ଏ ସମସ୍ତଙ୍କ ଯୋଗଦାନ ରହିଛି । ସେଥିପାଇଁ ମୁଁ କଂଗ୍ରେସ ଦଳକୁ ଆସିଛି ଓ ଥରେ ଆସିଯାଇଛି ତ ଏବେ ଆଉ କୌଣସି ଦଳକୁ ଯିବିନି ।” ସୂଚନାଯୋଗ୍ୟ, ଶତୃଘ୍ନ ସିହ୍ନା ନିକଟରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ତାଙ୍କୁ ପଟନା ସାହିବରୁ ହିଁ ଲୋକସଭା ଟିକେଟ୍ ଦେଇଛି । ସିହ୍ନା ଏପର୍ଯ୍ୟନ୍ତ ଏହି ସିଟରୁ ବିଜେପିର ସାଂସଦ ରହିଛନ୍ତି । ଶତୃଘ୍ନଙ୍କ ମୁକାବିଲା ବିଜେପିର ରବିଶଙ୍କର ପ୍ରସାଦଙ୍କ ସହ ଅଛି ।