ତାମିଲ୍ ସିନେମାରେ ଜିଏସଟିକୁ ପରିହାସ ! ଦୃଶ୍ୟ ହଟାଇବା ଉଦ୍ୟମକୁ ବିରୋଧ

Advertisment
ତାମିଲ୍ ସିନେମାରେ ଜିଏସଟିକୁ ପରିହାସ ! ଦୃଶ୍ୟ ହଟାଇବା ଉଦ୍ୟମକୁ ବିରୋଧ

Source: i.ndtvimg.com

କନକ ବ୍ୟୁରୋ: ଗତ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ମେର୍ସାଲ୍’କୁ ନେଇ ଏବେ ବିବାଦ ଦେଖାଯାଇଛି । ଏଥିରେ ଡିଜିଟାଲ୍ ଇଣ୍ଡିଆ ଏବଂ ଜିଏସଟିକୁ ବିରୋଧ କଲା ଭଳି ରହିଥିବା କିଛି ଦୃଶ୍ୟକୁ ହଟାଇଦେବାକୁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ publive-imageହୋଇଥିବା ବେଳେ ବିରୋଧୀ ଦଳମାନେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ସଂପୃକ୍ତ ଦୃଶ୍ୟଗୁଡ଼ିକୁ ହଟାଇନେବା ଲାଗି ଏହାର ନିର୍ମାତା ଏକ ରକମ ରାଜି ହୋଇଥିବା ବେଳେ ଦେଶରେ ଗଠନମୂଳକ ମତପ୍ରକାଶକୁ କଣ୍ଠରୋଧ କରିବା ପାଇଁ ଏହା ବିଜେପିର ଉଦ୍ୟମ କହି ବିଭିନ୍ନ ରାଜନୈତିକ ଦଳ ଏବଂ ଅଭିନେତାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ପ୍ରଖ୍ୟାତ ତାମିଲ ଅଭିନେତା ଇଲାୟାଥାଲାପତି ବିଜୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଭାରତୀୟ ଭେଷଜ ଶିଳ୍ପରେ ଦେଖାଦେଇଥିବା ଦୁର୍ନୀତି ସମ୍ପର୍କରେ ଆଲୋକପାତ କରାଯାଇଛି । ଅଟଲୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବିଜୟ ଜଣେ ଡାକ୍ତର, ଜଣେ ଜାଦୁଗର ଏବଂ ଜଣେ ଗ୍ରାମ୍ୟ ନେତା ଭାବରେ ତିନିଟି ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଡାକ୍ତର ଓ ଜାଦୁଗର ମିଶି ସମାଜରେ ଦେଖାଦେଇଥିବା ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଛନ୍ତି । ତେବେ ଏହି ଅବସରରେ ସେମାନେ ଭାରତୀୟ ଚିକିତ୍ସା ଶିଳ୍ପରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିଛନ୍ତି । ତେବେ ବିବାଦର ବିଷୟ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଡିଜିଟାଲ୍ ଇଣ୍ଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe