କଠୁଆରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି ! କହିଲେ , ମୁଁ ମୋଦି ନା କାହା ଆଗରେ ମୁଣ୍ଡ ନୁଆଁଇଛି ,ନା ବିକ୍ରି ହୋଇଛି ।

116

କଠୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ମୋଦି କହିଛନ୍ତି- ମୁଁ ମୋଦି, ନା ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି । ମୁଁ ମୁଫ୍ତି ଏବଂ ଅବଦୁଲା ପରିବାରକୁ କହିବାକୁ ଚାହେଁ ଯେ କଂଗ୍ରେସର ରକ୍ତ ସଂକ୍ରମିତ ହୋଇଯାଇଛି ।କଂଗ୍ରେସ ଜମ୍ମୁ-କାଶ୍ମୀରରୁ ସେନାକୁ ହଟାଇବାକୁ ଚାହୁଁଛି । କଂଗ୍ରେସ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ଚାହେଁ । କଂଗ୍ରେସ ସେନାର ମନୋବଳକୁ ଭାଙ୍ଗିବାକୁ ଚାହେଁ । କଂଗ୍ରେସ ଲୋକଙ୍କ ଭରସାକୁ ଭାଙ୍ଗିସାରିଛି । ମୁଁ କ୍ୟାପଟେନ୍ ଅମରିନ୍ଦର ସିଂହକୁ କେତେ ବର୍ଷରୁ ଜାଣିଛି । ମୁଁ ବୁଝିପାରୁଛି ଏହି ପରିବାର ଭକ୍ତି ପାଇଁ ତାଙ୍କ ଉପରେ କେଉଁ ପ୍ରକାର ଚାପ ପକାଉଥିବ । ପଞ୍ଜାବରେ ଯେଉଁପ୍ରକାର ରଣନୀତି ଚାଲୁଛି ତାଙ୍କ ସାମ୍ନାରେ କ୍ୟାପଟେନ୍ ସିଂହଙ୍କୁ ମଧ୍ୟ ନଇଁବାକୁ ପଡୁଛି । ରାଷ୍ଟ୍ରଭକ୍ତି ଏବଂ ପରିବାର ଭକ୍ତି ଭିତରେ ଫରକ ରହିଛି । କଂଗ୍ରେସ ଅଧ୍ୟକ୍ଷ ଜାଲିଆନାୱାଲା ବାଗ୍ ଗଲେ କିନ୍ତୁ ଭାରତ ସରକାର ଅଧିକୃତ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତିଙ୍କ ସହ ଯିବାକୁ ସେ ଠିକ୍ ମାନିନଥିଲେ । ଏହା ହେଉଛି ରାଷ୍ଟ୍ରଭକ୍ତି ଏବଂ ପରିବାର ଭକ୍ତି ଭିତରେ ଫରକ ।

 

ପିଏମ୍ କହିଥିଲେ , ଗତକାଲି ଉପ-ରାଷ୍ଟ୍ରପତି ମହୋଦୟ ସରକାର ଅଧିକୃତ କାର୍ଯ୍ୟକ୍ରମରେ ଜାଲିଆନାୱାଲା ବାଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେଠାକୁ ଯାଇଥିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନଥିଲେ । ସେ ଏହି କାର୍ଯ୍ୟକ୍ରମର ବହିଷ୍କାର ଏଥିପାଇଁ କରିଥିଲେ କାରଣ କଂଗ୍ରେସ ପରିବାରର ଭକ୍ତିରେ ସେ ମଗ୍ନ ଥିଲେ ।