କରୋନା ଭୁତାଣୁ କାରଣରୁ ଦୁନିଆରେ ପାଖାପାଖି ୫ ହଜାର ଲୋକଙ୍କ ଜୀବନ ଚାଲିଗଲାଣି । ଆମେରିକା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିସାରିଲାଣି । ଭାରତରେ ମଧ୍ୟ ୨ ଜଣଙ୍କ ଜୀବନ ଚାଲିଗଲାଣି । ଏଭଳି ସ୍ଥିତିରେ କିଏ ସଚେତନମୂଳକ ବାର୍ତ୍ତା ଦେଇ ତ ଆଉ କିଏ କବିତା ମାଧ୍ୟମରେ ସଚେତନ ହେବାକୁ କହୁଛନ୍ତି । ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନଙ୍କ ପରେ ଏବେ କଂଗ୍ରେସ ନେତା ଶଶି ଥରୁର୍ ମଧ୍ୟ ଏକ କବିତା ପୋଷ୍ଟ୍ କରି କରୋନାକୁ ନେଇ ଲୋକଙ୍କୁ ସଚେତନ କରିଛନ୍ତି । ଇଂରାଜୀ ବିଷାରଦ ଭାବେ ଜଣାଶୁଣା ଶଶି ଥରୁର୍ ଟ୍ୱିଟରରେ କରୋନାକୁ ନେଇ ହିନ୍ଦୀ କବିତା ପୋଷ୍ଟ୍ କରି ଲୋକଲୋଚନକୁ ଆସିଛନ୍ତି ।
Corona Corona का डर खा रहा है
ये लफ्ज़ अब हमारा भी सर खा रहा है
किसी, चीनी ने खाया है गलती से कुछ
वो कुछ अब, नारी और नर खा रहा हैघरेलू से नुस्खे बताते हैं सब
किस-किस की मानें, बता मेरे रब?
भगाना है गर हमको दानव घिनोना
भाई मेरे...हाथ साबुन से धोना— Shashi Tharoor (@ShashiTharoor) March 13, 2020
ଥରୁରଙ୍କ ଟ୍ୱିଟ୍ ଦେଖି ଅନେକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କ ହିନ୍ଦୀ ଦେଖି ବିଜେପିରେ ଯୋଗ ଦେବା ପାଇଁ ପରାମର୍ଶ ଦେଉଛନ୍ତି । ତେବେ ଗତକାଲି କରୋନା ଉପରେ ଦେଶୀ ଅନ୍ଦାଜରେ କବିତା ଗାଇ ଚର୍ଚ୍ଚାକୁ ଆସିଥିଲେ ବିଗ୍ ବି । ସାରା ବିଶ୍ୱରେ ୧୩୫,୦୦୦ ଜଣ ଲୋକ ଏବେ ଏହି ଭୟାନକ ରୋଗରେ ଆକ୍ରାନ୍ତ ଥିବା ବେଳେ ୫୦୦୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲାଣି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ ଜଣ ଲୋକ ଏହି ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଯେଉଁଥିରେ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଚାଲିଗଲାଣି । ଏହି ଭାଇରସ୍ କୁ ଦେଖି ଆମେରିକା ଏବଂ ସ୍ପେନ୍ ଏମରଜେନ୍ସି ଜାରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/Capture-1.jpg)