କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ପ୍ରାର୍ଥୀ ଶଶି ଥରୁର୍, କହିଲେ ସ୍ୱଚ୍ଛ ଭାବେ ହୋଇନାହିଁ ନିର୍ବାଚନ

କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ପ୍ରାର୍ଥୀ ଶଶି ଥରୁର୍, କହିଲେ ସ୍ୱଚ୍ଛ ଭାବେ ହୋଇନାହିଁ ନିର୍ବାଚନ

କନକ ବ୍ୟୁରୋ : କଂଗ୍ରେସ ଦଳ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିବ । ଏହି ନିର୍ବାଚନରେ କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ପ୍ରାର୍ଥୀ ଶଶି ଥରରୁ ନିର୍ବାଚନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଥାଉକି ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ଦଳର ମଙ୍ଗ ଜଣେ ଅଣ ଗାନ୍ଧୀ ପରିବାରର ନେତା ହାତକୁ ଯାଉଛି ଓ ଏହି ନିର୍ବାଚନରେ ଅନ୍ୟତମ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କ ପଲା ଭାରି ରହିଛି ।

ମତଗଣନା ଆରମ୍ଭ ହେବା କ୍ଷଣି ଶିଶି ଥରୁରଙ୍କ ତରଫରୁ ଏଜେଣ୍ଟ ଥିବା ସଲମାନ ସୋଜ କହିଛନ୍ତି କି ଦଳୀର ନିର୍ବାଚନ ପରିଚାଳନା କରୁଥିବା ମଧୁସୂଦନ ମିସ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ମୁଦ୍ଦା ନେଇ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ବି ସେ ଏହାର କୌଣସି ସମାଧାନ କରି ନାହାଁନ୍ତି ।

ଏହାସହ ସେ ଅଭିଯୋଗ କରିଛନ୍ତି କି ଉତ୍ତର ପ୍ରଦେଶରେ ଦଳୀୟ ଭୋଟର ଯେତେବେଳେ ଭୋଟ ଦେବାକୁ ଆସିଥିଲେ ସେମାନଙ୍କୁ ହଇରାଣ କରାଯାଇଥିଲା । ଏଣୁ ଭୋଟଦାନ ଠିକ୍ ତରିକାରେ ହୋଇପାରି ନାହିଁ । ଏହି କାରଣରୂୁ ଉତ୍ତର ପ୍ରଦେଶରେ ହୋଇଥିବା ଭୋଟକୁ ରଦ୍ଦ କରାଯାଉ ବୋଲି ସଲମାନ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe