କନକ ବ୍ୟୁରୋ: କଂଗ୍ରେସ ସାଂସଦ ଶଶି ଥରୁର ରବିବାର କହିଛନ୍ତି, ସେ କେରଳ କଂଗ୍ରେସର କୌଣସି ନେତାଙ୍କୁ ନେଇ ନାରାଜ ନାହାନ୍ତି କିମ୍ବା ଚିନ୍ତିତ ନାହାନ୍ତି । ତାଙ୍କୁ କାହା ସହ କଥା ହେବାରେ ମଧ୍ୟ କୌଣସି ଅସୁବିଧା ନାହିଁ । ତିରୁଅନନ୍ତପୁରମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏଭଳି ବିବାଦ କାହିଁକି କରାଯାଉଛି ତାହା ମୁଁ ଜାଣିପାରୁନାହିଁ ।

Advertisment

ଶଶି ଥରୁର କହିଛନ୍ତି, ମୁଁ କାହାକୁ ନେଇ ଚିନ୍ତିତ ନାହିଁ କିମ୍ବା ନାରାଜ ନାହିଁ । ମୁଁ କାହାକୁ ଦୋଷୀ ମଧ୍ୟ କହୁନାହିଁ । ମୋ ତରଫରୁ କୌଣସି ଅଭିଯୋଗ ନାହିଁ । ମୁଁ ସମସ୍ତଙ୍କୁ ଏକ ଭାବେ ଦେଖିଥାଏ । ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ସେ କଣ ବିଧାନସଭାରେ ବିରୋଧୀ ଦଳ ନେତା ବିଡି ସତିଶନ ଏବଂ ପିସିସି ସଭାପତି ସୁଧାକରନ ସହ ଆଲୋଚନା କରିବେ କି? ସେ ଏହାର ଉତ୍ତରରେ କହିଥିଲେ ସିଧାକରନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ, ସତିଶନଙ୍କ ବାବଦରେ ସେ କହିଛନ୍ତି, ଯଦି କାର୍ଯ୍ୟକ୍ରମ ସ୍ଥଳରେ ଭେଟ ହୁଏ ତେବେ ଆମେ ନିହାତି କଥାବାର୍ତ୍ତା କରିବୁ ।