ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶି ଥରୁର: କହିଲେ ଏମିତି କଥା…

253

କନକ ବ୍ୟୁରୋ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କଲେ କଂଗ୍ରେସ ସାଂସଦ ଶଶି ଥରୁର । ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଯେମିତି ଥିଲେ ମୋଦୀ ମଧ୍ୟ ଠିକ ସେମିତି ବୋଲି ସେ କହିଛନ୍ତି । ପଟେଲଙ୍କ ଭଳି ମୋଦୀ ମଧ୍ୟ ଗୁଜୁରାତୀଙ୍କ ପ୍ରତିନିଧିତ୍ୱ କରନ୍ତି ବୋଲି ସେ ମତ ରଖିଛନ୍ତି । ନିଜ ପୁସ୍ତକ ପ୍ରାଇଡ ପ୍ରିଜୁଡାଇସ ଆଣ୍ଡ ପଣ୍ଡିତ୍ରିରେ ଏଭଳି ଲେଖିଛନ୍ତି ଶଶି ଥରୁର ।

ଶଶି ଥରୁର ନିଜ ପୁସ୍ତକରେ ଲେଖିଛନ୍ତି, ନରେନ୍ଦ୍ର ମୋଦୀ ଜଣେ ଚତୁର ରାଜନେତା । ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହାତ୍ମା ଗାନ୍ଧୀଙ୍କ ଭଳି ଗୁଜୁରାତୀଙ୍କ ପ୍ରିତିନିଧିତ୍ୱ କରନ୍ତି । ଏହାର ଆରମ୍ଭ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ୨୦୧୪ରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଉତ୍ତରାଧିକାରୀ ଭାବେ ଉଭା ହୋଇଥିଲେ ।

ଶଶି ଥରୁର ଆହୁରି ଲେଖିଛନ୍ତି କି, ନିଜ ପାର୍ଟି ଲାଇନରୁ ବାହାରି ସର୍ଦ୍ଦାର ପଟେଲଙ୍କ ୬୦୦ ଫୁଟର ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଏହି ମୂର୍ତ୍ତି ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି, ଯାହାକୁ ଷ୍ଟାଚ୍ୟୁ ଅଫ ଲିବର୍ଟି ବୋଲି କୁହାଯାଏ । ସେ ଆହୁରି ମଧ୍ୟ ଲେଖିଥିଲେ କି, ୨୦୦୨ ଦଙ୍ଗାରେ ମୋଦୀଙ୍କ ଛବି ଖରାପ ହୋଇଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ସେଠାରୁ ବାହାରୁ ସର୍ଦ୍ଦାର ପଟେଲଙ୍କ ଭଳି ନିଜ ଛବି ତିଆରି କରିଥିଲେ ।