INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

"ଇଣ୍ଡିଆ ବନାମ ଭାରତ" ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ ବର୍ତ୍ତମାନ ଶଶି ଥରୁର ମଧ୍ୟ ଏହି ବିବାଦରେ ନିଜର ମତ ରଖିଛନ୍ତି ।  ବିରୋଧୀ ଦଳକୁ ମେଣ୍ଟ ନାମ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ  ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟୁଇଟର) ରେ ଭାରତର ନାମ ପରିବର୍ତ୍ତନ ବିଷୟରେ ପୋଷ୍ଟ କରିଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁର ଲେଖିଛନ୍ତି, “ଭବିଷ୍ୟତ ଭାରତର ଉନ୍ନତି, ସମନ୍ୱୟ ଏବଂ ଦାୟିତ୍ବ କୁ ଦୃଷ୍ଟିରେ ରଖି ଆମେ ନିଜକୁ ଏକ ମିଳିତ ମଞ୍ଚ ବୋଲି କହିପାରିବା । ଆମେ ଏମିତିକଲେ ବୋଧହୁଏ  ଶାସକ ଦଳ ନାମ ପରିବର୍ତ୍ତନର ଏହି ଘୃଣ୍ୟ ଖେଳ ଖେଳିବା ବନ୍ଦ କରିଦେବେ ।“

ଏହାପୂର୍ବରୁ G-20 ରାତ୍ରୀ ଭୋଜନ ନିମନ୍ତ୍ରଣରେ ଲେଖାଯାଇଥିବା 'ଭାରତର ରାଷ୍ଟ୍ରପତି' ନାମ ଉପରେ ଶଶି ଥରୁର ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ “ଯେ ଭାରତକୁ ଭାରତ ବୋଲି କହିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ, କିନ୍ତୁ ସେ ଆଶା କରୁଛନ୍ତି ଯେ 'ଇଣ୍ଡିଆ' ନାମକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରିବାର ଏତେ ବଡ ଭୁଲ ସରକାର କରିବେ ନାହିଁ । କାରଣ ଏହାର ଏକ ବଡ଼ ବ୍ରାଣ୍ଡ ଭାଲ୍ୟୁ ଅଛି ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe