କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଥରୁର ଓ ଖଡଗେଙ୍କ ମଧ୍ୟରେ ହେବ ଟକ୍କର

112

କନକ ବ୍ୟୁରୋ :  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ  । ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଏଆଇସିସି ମୁଖ୍ୟାଳୟକୁ ଯାଇ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତିି  । ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । କୁହାଯାଉଛି ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କ ଏଣ୍ଟ୍ରି ପରେ ଦିଗବିଜୟ ଏଥିରୁ ଓହରି ଯାଇଛନ୍ତି । ଖଡଗେ ତାଙ୍କର ନେତା ଓ ସେ ତାଙ୍କ ପାଇଁ ପ୍ରସ୍ତାବକ ହେବେ ବୋଲି କହିଛନ୍ତି ଦିଗବିଜୟ ସିଂ ।

ଆଜି ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଉ କିଛି ସମୟ ପରେ ନାମାଙ୍କଦ ଦାଖଲ କରିବେ ମଲିକାର୍ଜୁନ ଖଡଗେ ।  ସବୁଠୁ ବଡ କଥା ହେଉଛି ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ରହୁଥିବାରୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ପ୍ରମୋଦ ତିୱାରୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ସେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ମିଳିଛି ।

ଗାନ୍ଧୀ ପରିବାର ପାଇଁ ସବୁଠାରୁ ଫିଟ୍ ପ୍ରାର୍ଥୀ କୁହାଯାଉଥିବା ଅଶୋକ ଗେହଲଟ୍ ମଧ୍ୟ ଗତକାଲି ଏହି ଦୌଡ଼ରୁ ଓହରି ଯାଇଥିଲେ । ବାସ୍ତବରେ ଗେହଲଟ୍ ରାଜସ୍ଥାନ ଛାଡ଼ିବାକୁ ଚାହୁଁନଥିଲେ ଏବଂ ଯଦି ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । ଯାହାକୁ ନେଇ ଗେହଲଟ ସଭାପତି ରେସରୁ ଓହରି ଯାଇଛନ୍ତି ।