ବୋହୂ ନିର୍ଯାତନା: ସାମ୍ନାକୁ ଆସିଲେ ଶଶୀ, ରୋନାଲୀଙ୍କ ଅଭିଯୋଗକୁ କଲେ ଖଣ୍ଡନ

198

କନକ ବ୍ୟୁରୋ: ବୋହୂ ସୋନାଲୀ ଶଶୁର ଶଶୀଭୂଷଣ ବେହେରା ଓ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଚର୍ଚ୍ଚା ବଢିବା ପରେ ସାମ୍ନାକୁ ଆସି ଜବାବ ରଖିଛନ୍ତି ପୂର୍ବତନ ମନ୍ତୀ ତଥା କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା । ଆଉ ବିବାଦର ସମାଧାନ ପୁଅ-ବୋହୂଙ୍କ ଉପରେ ଛାଡିଛନ୍ତି । ଶଶୀ କହିଛନ୍ତି, ବୋହୂଙ୍କ ଅଭିଯୋଗ ସମ୍ପୁର୍ଣ୍ଣ ଭିତିହୀନ । ପୁଅ ନାଁରେ ଆସିଥିବା ପରକ୍ରିୟାପ୍ରତି ଅଭିଯୋଗର କୌଣସି ସତ୍ୟତା ନାହିଁ । ବିବାହକୁ ୨ ବର୍ଷ ପୁରିଲାଣି । କିନ୍ତୁ ଯୌତୁକ ନେଇ ଏବେ ଅଭିଯୋଗ ଆସୁଛି । ପୁଅ, ବୋହୂ ଆଡଲ୍ଡ । ସେମାନେ ସେମାନଙ୍କର ନିଷ୍ପତି ନେଇପାରିବେ । ଓଡ଼ିଶାବାସୀ ଜାଣିଛନ୍ତି ସେ କିଏ ।

ଶଶୀଭୂଷଣ ଓ ଅର୍କେଶ ନାରାୟଣ ସିଂହଦେଓଙ୍କ ଘରକଳିରେ ଏବେ ରାଜନୀତି ପଶିଛି । ବିଜେପି ଏହି ପ୍ରସଙ୍ଗରେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛି । ଦଳ କହିଛି, ମହିଳା ସଶକ୍ତିକରଣ ନାଁରେ ମହିଳାଙ୍କ ଉପରେ ଶୋଷଣ ହେଉଛି । ଶାସକଦଳର ନେତା ଓ ବିଧାୟକ ମହିଳାଙ୍କୁ ନ୍ୟାୟଦେଇପାରୁନାହାନ୍ତି । ଏ ନେଇ ଦଳ ସରକାରଙ୍କୁ ଚାରୋଟି ପ୍ରଶ୍ନ ପଚାରିଛି । ଆଉ ଏହାର ଜବାବ ରଖିଛି ବିଜେଡି । ଦଳ ରହିଛି, ମିଶନ ଶକ୍ତି ମାଆ ମାନଙ୍କୁ ଅପମାନ ଓ ଅପରାଧୀ ଭଳି ବ୍ୟବହାର କରୁଛି ବିଜେପି । ଦଳ ମିଥ୍ୟା ଓ ଅର୍ଦ୍ଧସତ୍ୟର ରାଜନୀତି କରୁଛି । ଯାହା ଅଭିଯୋଗ ଆସିଛି ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ । ନେତାଙ୍କ ଘରକଳି ନେଇ ରାଜନୀତି ଆରମ୍ଭ ହୋଇଛି । ଆଉ ଶଶୀ ସାମ୍ନାକୁ ଆସି ସଫେଇ ଦେବା ପରେ ପ୍ରଶ୍ନ ଉଠୁଛି, ବୋହୂ ସତ କହୁଛନ୍ତି ନା ବିଧାୟକ ।