କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣା: ଶାହାରୁଖଙ୍କ ପୁଅ କହିଲେ, ମୁଁ ଅତିଥି ଭାବେ ଯାଇଥିଲି, ଡ୍ରଗ୍ସ ପାର୍ଟି ବୋଲି ଜାଣିନଥିଲି ।

446

କନକ ବ୍ୟୁରୋ: ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ରେଭ୍ ପାର୍ଟି ଘଟଣା । ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଅର୍ଯ୍ୟାନ୍ ଖାନଙ୍କୁ ପଚରାଉଚରା ବେଳେ ମୁହଁ ଖୋଲିଲେ ଆର୍ଯ୍ୟାନ୍ । କହିଲେ, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି । ଏଥିପାଇଁ ମୁଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ଶାହାରୁଖଙ୍କ ପୁଅ । ଏନସିବିର ଜେନେରାଲ ଡାଇରେକ୍ଟର ସମୀର ୱାଙ୍ଖେଡେ କହିଛନ୍ତି କି ଏପର୍ଯ୍ୟନ୍ତ ଶାହାରୁଖ ପୁଅଙ୍କୁ ଗିରଫ କରାଯାଇନି କେବଳ ପଚରାଉଚରା ଚାଲିଛି । 

ସବୁଠାରୁ ବଡ଼ କଥା ହେଲା, ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ମୋବାଇଲ୍ ଫୋନ୍ ଜବତ କରିଛନ୍ତି ଏନସିବି ଅଧିକାରୀ । ତାଙ୍କ ଚାଟ୍ ହିଷ୍ଟ୍ରିକୁ ଯାଞ୍ଚ କରୁଛି ଏନସିବି । ଏହାସହ ଦିଲ୍ଲୀରୁ ମଧ୍ୟ ଆସିଥିବା ୩ ଜଣ ଯୁବତୀଙ୍କୁ ମଧ୍ୟ ହେପାଜତକୁ ନେଇଛନ୍ତି (ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) । ଏହି ୩ ଜଣ ଯୁବତୀ ବିଶିଷ୍ଟ ଶିଳ୍ପପତିଙ୍କ ଝିଅ ବୋଲି ସୂଚନା ମିଳିଛି । 

ଅନ୍ୟପଟେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କୁ ହେଫାଜତରେ ଏନସିବି ନେଲାପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜେରା ସମୟରେ  ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ଯ୍ୟାନ ସ୍ୱୀକାର କରିଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି ଏନସିବି ପଚରାଉଚୁରା ଚଳାଇଥିବା ଖବର ମିଳିଛି । ଏହି ଖବର ପରେ ଯଦିଓ ଶାହାରୁଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଆର୍ଯ୍ୟାନଙ୍କୁ ମୁକୁଳାଇବାକୁ ନାମକରା ଓକିଲ ସତୀଶ ମାନସିଂଧେଙ୍କ ଶାହାରୁଖ ଯୋଗାଯୋଗ କରିଥିବା ଖବର ହସ୍ତଗତ ହୋଇଛି । ଏବେ ମାନସିନେ୍ଧ ଏନସିବିର କାର୍ଯ୍ୟାଳୟରେ ଥିବା ଜଣାପଡିଛି । 

ଏନସିବିର ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ପଚରାଉଚୁରା ସମୟରେ ଶହାରୁଖଙ୍କ ପୁଅ ଅର୍ଯ୍ୟାନ୍ ସେଠାକୁ କେବଳ ଅତିଥି ଭାବେ ଯାଇଥିବା କହିଥିଲେ । କ୍ରୁଜରେ କୌଣସି ଡ୍ରଗ୍ସ ପାର୍ଟି ଚାଲିଥିବା ସେ ଜାଣିନଥିଲେ । ଜାହାଜରେ ଯିବା ପାଇଁ ତାଙ୍କ ଠାରୁ କୌଣସି ଶୁଳ୍କ ମଧ୍ୟ ନିଆଯାଇନଥିବା ମଧ୍ୟ ଆର୍ଯ୍ୟାନ୍ କହିଥିଲେ ।