ବି-ଟାଉନର କିଛି ଖବରକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଶାଶୁ ଶର୍ମିଲାଙ୍କ ମୁହଁରେ ବୋହୂ କରିନାଙ୍କ ପ୍ରଶଂସା ଶୁଣିବାକୁ ମିଳିଛି ।
ଡିସେମ୍ବରରେ କରିନା କପୁର ମା ହେବାକୁ ଯାଉଛନ୍ତି, ସେଥିପାଇଁ ଏବେ ପୂରା ପରିବାର ବହୁତ ଖୁସିରେ ଅଛନ୍ତି । କରିନା କପୁରଙ୍କ ମା ହେବା ଖବରକୁ ନେଇ ଶର୍ମିଲା ବହୁତ ଖୁସି ଥିବାର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ।
ଶର୍ମିଲାଙ୍କ କହିବା ମୂତାବକ ମା ହେବା ଅବସ୍ଥାରେ କରିନା ନିଜକୁ ଯେମିତି ସମ୍ଭାଳିଛନ୍ତି ଏବଂ ତାଙ୍କର ବେଶ ପରିପାଟୀକୁ ସେ ଯେମିତି ଭାବରେ ଜଗିରଖି ପିନ୍ଧିଛନ୍ତି ତାକୁ ନେଇ ସେ ତାଙ୍କ ବୋହୂ ଉପରେ ବହୁତ ଖୁସି ଅଛନ୍ତି ବୋଲି ଶର୍ମଲା କହିଛନ୍ତି ।
କରିନାଙ୍କ ମା ହେବାର ନଅ ମାସ ପର୍ଯ୍ୟନ୍ତ ସେ ବହୁତ ସୁନ୍ଦର ଲାଗୁଥିଲେ ସତ କିନ୍ତୁ ନିକଟରେ ମନିଷ ମଲହୋତ୍ରାଙ୍କ ଜନ୍ମଦିନ ପାର୍ଟିରେ ସେ ବହୁତ ସୁନ୍ଦର ଏବଂ କିଛି ଅଲଗା ମଧ୍ୟ ଦେଖାଯାଉଥିଲେ । ସେଥିପାଇଁ ବୋହୂର ପ୍ରଶଂସା କରି ଶର୍ମିଲା କହିଛନ୍ତି ତାଙ୍କ ବୋହୂକୁ ଯେମିତି କାହାର ନଜର ନ'ଲାଗୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/08_12_2016-kareenasharmila.jpg)