କରୋନା ପ୍ରଭାବରେ ସେୟାର ବଜାରରେ ହାହାକାର । ସେନସେକ୍ସ ଖସିଲା ୧୯ ଶହ ପଂଏଟ୍, ୧୦ ହଜାର ତଳେ ନିଫଟି

ଦୁଇ ବର୍ଷରେ ରେକର୍ଡ ନିମ୍ନସ୍ତର

177

କନକ ବ୍ୟୁରୋ: କରୋନା ପ୍ରଭାବ, ଭାରତର ସେୟାର ବଜାରରେ ହାହାକାର । ଗୁରୁବାର କାରବାର ଆରମ୍ଭ ହେବାମାତ୍ରେ ପୁରା ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ସେନସେକ୍ସରେ ଆଜି ୧୯ ଶହ ପଏଂଟ ହ୍ରାସ ଦେଖିବାକୁ ମିଳିଛି । ସେହିପରି ନିଫଟି ୧୦ ହଜାର ଅଙ୍କ ତଳକୁ ଖସିଛି । ଗତ ଦୁଇ ବର୍ଷରେ ଏହା ସେୟାର ବଜାରରେ ସର୍ବକାଳିନ ନିମ୍ନ ସ୍ତରକୁ ଖସିଛି ସେନସେକ୍ସ ଓ ନିଫଟି । କରୋନା କାରଣରୁ ଭାରତ ସମେତ ବିଶ୍ୱର ସମସ୍ତ ସେୟାର ବଜାର ସ୍ଥିତି ଅତି ଦୟନୀୟ ହେଲାଣି ।

ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ଗୁରୁବାର କାରବାର ଆରମ୍ଭ ହେବା ମାତ୍ରେ ବଡ ହ୍ରାସରୁ ହୋଇଛି ଆରମ୍ଭ । ସେନସେକ୍ସ ୧୯ ଶହ ଅଙ୍କ ହ୍ରାସ ହୋଇ ୩୩ ହଜାର ୯୦୦କୁ ଆସିଯାଇଛି । ନିଫଟିରେ ୫୦୦ ପଏଂଟ ହ୍ରାସ ପରେ ୧୦ ହଜାର ପଏଂଟ ତଳକୁ ଅର୍ଥାତ୍ ୯ ହଜାର ୯ ଶହ ୫୦ ଅଙ୍କକୁ ଖସି ଆସିଛି । କାରବାର ଆରମ୍ଭ ହେବା ମାତ୍ରେ ବିଏସଇର ୩୦ଟି ଯାକ ସେୟାର ନାଲି ରେଖା ରେ ରହିଥିଲା । ଟାଟା, ଏସିଆନ୍ ପେଂଟ ସେୟାରରେ ବି ହ୍ରାସ ଦେଖିବାକୁ ମିଳିଛି । ଭାରତୀୟ ସେୟାର ପରି ସ୍ଥିତି ଆମେରିକାରେ ବି ଦେଖିବାକୁ ମିଳିଛି ।