ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଲେ ସାର୍ଦ୍ଦୁଲ ଠାକୁର ।

268

କନକ ବ୍ୟୁରୋ: ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଲେ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

କିଛି ଦିନ ତଳେ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ତା ସହିତ ୩ ଜଣ ଷ୍ଟାଣ୍ଡବାଏ ଖେଳାଳି ମଧ୍ୟ ଘୋଷଣା କରାଯାଇଥିଲା । ଏହି ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଶ୍ରେୟାସ ଆୟାର, ଦୀପକ ଚହରଙ୍କ ସହିତ ସାର୍ଦ୍ଦୁଲ ଠାକୁର ସ୍ଥାନ ପାଇଥିଲେ । ଆଉ ଏବେ ଅକ୍ଷର ପଟେଲଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁର ଦଳକୁ ଫେରିଥିବାରୁ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଅକ୍ଷର ପଟେଲ ସାମିଲ ହୋଇଛନ୍ତି ।

ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ୱିକେଟ୍ ରକ୍ଷକ), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ସାର୍ଦ୍ଦୁଲ ଠାକୁର, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି

ଷ୍ଟାଣ୍ଡ ବାଏ ଖେଳାଳି: ଶ୍ରେୟସ୍ ଆୟର, ଦୀପକ ଚହର, ଅକ୍ଷର ପଟେଲ