କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ସେମିଫାଇନାଲ ରେସରେ ରହିବାକୁ ହେଲେ ଏହି ମ୍ୟାଚ୍ ଜିତିବା ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିପାଇଁ ଏହି ମ୍ୟାଚ୍ ଉପରେ ଏବେ କ୍ରିକେଟପ୍ରେମୀଙ୍କ ନଜର ରହିଛି । ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳୀ ଶନିବାର ଜୋରଦାର ମସ୍ତି କରିଛନ୍ତି । ଯାହାର ଭିଡ଼ିଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପତ୍ନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁ ଭିଡ଼ିଓରେ ଭାରତୀୟ ଖେଳାଳୀ ମାନେ ହ୍ୟାଲୋବିନ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଛି ।

Advertisment
View this post on Instagram

A post shared by (@prithinarayanan)

ଅଶ୍ୱିନୀଙ୍କ ପତ୍ନୀ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ଭାରତୀୟ ଖେଳାଳୀଙ୍କୁ କୁନି କୁନି ପିଲା ବିଭିନ୍ନ ବେଶଭୂଷା ହୋଇ ହ୍ୟାଲୋବିନ ପାଳୁଥିବାର ଦେଖିବାକୁ ମିଳିଛି । ଏହାସହ ଶାର୍ଦ୍ଦୁଳ ଠାକୁର ଓ ଇଶାନ କିଷାନଙ୍କ କପଲ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହି ନାଚ ଦେଖିବା ପରେ ବିରାଟ କୋହଲି, ରୋହିତ ଶର୍ମା, ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ହସକୁ ରୋକିପାରିନଥିଲେ । ଏହାସହ ପ୍ରତି ଖେଳାଳୀ ନିଜ ପରିବାର ସମୟ ବିତାଉଥିବାର ଦେଖିବାକୁ ମିଳିଛି । ସେହିଭଳି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳୀ ମାନେ ଭଲିବଲ ଖେଳୁଥିବାର ଦେଖିବାକୁ ମିଳିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶକ୍ତିଶାଳୀ ଟିମ୍ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ । ଖାସକରି ଆଜି ମ୍ୟାଚରେ ଶାର୍ଦ୍ଦୁଳ ଟିମରେ ସ୍ଥାନ ପାଇପାରନ୍ତି । କାରଣ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଫର୍ମରେ ରହିଛନ୍ତି ଶାର୍ଦ୍ଦୁଳ । ସେହିଭଳି ଯୁବ ଭାରତୀୟ ଖେଳାଳୀ ଇଶାନ କିଷାନଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟପ୍ରେମୀ ଚାହୁଁଛନ୍ତି । ଯେହେତୁ ଅଭ୍ୟାସ ମ୍ୟାଚରେ ଇଶାନ ଦମଦାର ପ୍ରଦର୍ଶନ କରିଥିଲେ ତେଣୁ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ପୂର୍ବରୁ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଯାଏଁ ଟିମ୍ ଇଣ୍ଡିଆ କୌଣସି ମ୍ୟାଚରେ  ବିଜୟୀ ହୋଇନଥିବା ବେଳେ ଆଜି ନୂଆ ଇତିହାସ ରଚିବା ଲକ୍ଷ୍ୟରେ ମୈଦନାକୁ ଓହ୍ଳାଇବ କୋହଲି ଆଣ୍ଡ କୋ ।