କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଗଜପତି ମହାରାଜ, ରତ୍ନଭଣ୍ଡାର ଖୋଲିବାକୁ ଚାହୁଁଛନ୍ତି? ଯଦି ଶଙ୍କରାଚାର୍ଯ୍ୟ ଓ ସେବାୟତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଚାହୁଁଛନ୍ତି । ତେବେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ।

Advertisment

ଚାବି ହଜିବା ବାହାନା କରି ଚୁପ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ବିଭ୍ରାଟ ହେଉଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।