କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଗତ ୨୪ ଘଣ୍ଟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଚେକ୍ ଦେବା ପରେ ପୁଣି ଥରେ କମାଣ ସମ୍ଭାଳିଛନ୍ତି ଶରଦ । ସୋମବାର ସତାରାରେ ପ୍ରେସମିଟ କରି ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଶାସନ କ୍ଷମତାର ଦୂରୁପଯୋଗ ହେଉଛି । ଯେତେବେଳେ ସମୟ ଆସିବ ସେତେବେଳେ ସମସ୍ତେ ମୋସହ ଛିଡା ହୋଇଥିବେ ।

Advertisment

ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି, ଆଜିଠାରୁ ପରିବର୍ତ୍ତନର ଶୁଭାରମ୍ଭ ହେବ । ଏନସିପି ଅଧିକ ମଜବୁତ ସହ କାମ କରିବ ଏବଂ ଆଗକୁ ବଢିବ । ଆମ ସହ ଜନସମର୍ଥନ ରହିଛି । ଏନସିପି ମୁଖ୍ୟ କହିଛନ୍ତ. ଯଦି ଏହି ଭଳି ବନ୍ଧୁତା ରହିବ ତେବେ ଆଗମୀ ଦିନରେ ଏହାର ଚିତ୍ର ପୂରା ବଦଳିଯିବ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାର କହିଥିଲେ, ଦେଶରେ ଅଲଗା ଅଲଗା ପ୍ରକାରର ମାହୋଲ ତିଆରିର ଉଦ୍ୟମ ଚାଲିଛି । ଦଳର କାର୍ଯ୍ୟକର୍ତ୍ତା ଏବେ ମଧ୍ୟ ଆମ ସହ ରହିଛନ୍ତି ।