କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଛିଦିନ ତଳେ ଶରଦ ପାୱାରଙ୍କୁ ଛାଡି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିବା ଅଜିତ ପାୱାର ପୁଣି ଆଜି ଶରଦ ପାୱାରଙ୍କୁ ଭେଟିଛନ୍ତି । ଏହି ଭେଟବେଳେ ଅଜିତ ପାୱାର ଶରଦ ପାୱାରଙ୍କ ପାଦଛୁଇଁ ଆର୍ଶିବାଦ ମାଗିବା ସହ ଆଗାମୀ ଦିନରେ ମାର୍ଗଦର୍ଶନ ଦେବାକୁ ଅନୁରୋଧ କରିଛନ୍ତି । ଏନେଇ ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି ।

Advertisment

ଶରଦ ପାୱାରଙ୍କ ସହ ଭେଟ ପରେ ପ୍ରଫୁଲ୍ଲ ପଟେଲ କହିଛନ୍ତି କି, ଆଜି ଆମେ ସମସ୍ତେ ଶରଦ ପାୱାରଙ୍କ ଆର୍ଶିବାଦ ନେବାକୁ ତାଙ୍କ ବାସଭବନରେ ପହଂଚିଛୁ । ଏହାସହ ଏନସିପିକୁ ଏକଜୁଟ ରଖିବାକୁ ସେ ଶରଦ ପାୱାରଙ୍କୁ ୍ରଅନୁରୋଧ କରିଥିବା କଥା କହିଛନ୍ତି । ହେଲେ ଏନେଇ ଶରଦ ପାୱାର କୌଣସି ଉତ୍ତର ରଖିନଥିବା କଥା ଜଣାପଡିଛି ।

ସୂଚନା ଥାଉକି ୨ ଦିନ ପୂର୍ବରୁ ଅଜିତ ପାୱାର ଶରଦ ପାୱାରଙ୍କ ଘରକୁ ଆସିଥିଲେ । ସେତେବେଳେ ବି ସେ ଶରଦ ପାୱାର ଓ ସୁପ୍ରିୟା ସୁଲେଙ୍କୁ ଭେଟିଥିଲେ । ଏହି ଭେଟକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍ ସରଗରମ ହୋଇଥିଲା । ହେଲେ ଏହି ଆଲୋଚନାର ପୂର୍ଣ୍ଣଛେଦ ପକାଇଥିଲେ ଅଜିତ ପାୱାର । ସେ କହିଥିଲେ କି, ମାଇଁ ପ୍ରତିଭା ପାୱାର ଅସୁସ୍ଥ ଥିବାରୁ ସେ ତାଙ୍କୁ ଦେଖାକରିବାକୁ ଆସିଥିଲେ ।