ଶଙ୍ଖ ଭବନର ହେବ ତଦନ୍ତ: ମନ୍ତ୍ରୀ କହିଲେ ବେଆଇନ ନିର୍ମାଣର କରାଯିବ ଖୋଳତାଡ଼, ବିଜେଡିର ଯୁକ୍ତି ବେଆଇନ ନୁହେଁ ଶଙ୍ଖ ଭବନ

Advertisment
ଶଙ୍ଖ ଭବନର ହେବ ତଦନ୍ତ: ମନ୍ତ୍ରୀ କହିଲେ ବେଆଇନ ନିର୍ମାଣର କରାଯିବ ଖୋଳତାଡ଼, ବିଜେଡିର ଯୁକ୍ତି ବେଆଇନ ନୁହେଁ ଶଙ୍ଖ ଭବନ

କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଛିଡାହୋଇଛି ଶଙ୍ଖଭବନ। ପୂର୍ବ ସରକାରରେ ଥିବା ବିଜୁ ଜନତା ଦଳ ବେଶ ବିଳାଶପୂର୍ଣ୍ଣ ଭାବେ ନିର୍ମାଣ କରିଥିଲା ପାର୍ଟି ଅଫିସ। ହେଲେ ଏବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଶଙ୍ଖ ଭବନ ଉପରେ ଆଖି ପକାଇଛି। ବେଆଇନ ଭାବେ ଶଙ୍ଖ ଭବନ ନିର୍ମାଣ ହୋଇଛି ଏବଂ ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର।
ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନ। ରାଜଧାନୀର ଛାତି ଉପରେ ନିର୍ମାଣ ହୋଇଥିବା ଏହି ବିଶାଳ ଭବନ ଉପରେ ବେଆଇନ ନିର୍ମାଣ ଅଭିଯୋଗ। ଅଭିଯୋଗ ହୋଇଛି, ଆଇନକୁ ମୋଡ଼ି ମକଚି ‘ସଡ଼କ’କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଶାଳ ଶଙ୍ଖ ଭବନ। ଆଉ ଏହି ମୂଲ୍ୟବାନ ଜାଗାକୁ ସରକାରଙ୍କ ଠାରୁ ଶାଗମାଛ ଦରରେ ନେଇଥିବା ଅଭିଯୋଗ ହୋଇଛି।

୪ଟି ପ୍ଲଟକୁ ମିଶାଇ ୧ ଏକରରୁ ଅଧିକ ଜମିରେ ହୋଇଛି ଶଙ୍ଖ ଭବନ
ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ୮୦୦, ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮
ପ୍ଲଟ୍ ନଂ ୭୯୮ର କିସମ ହେଉଛି ସଡ଼କ
ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛି ସାଧାରଣ ପ୍ରଶାସନ
ଲିଜ୍ ଅନୁସାରେ ହୋଇପାରିବନି କିସମ ପରିବର୍ତ୍ତନ

ସଡ଼କ କିସମ ପ୍ଲଟ୍କୁ ଅନ୍ୟ ତିନିଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ନିର୍ମାଣ କରାଯାଇଛି । ଅର୍ଥାତ୍ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ବିଜେଡିକୁ ଅନୁମତି ଦିଆଯାଇଛି। ଏହାର ତଦନ୍ତ ପାଇଁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ହେଲେ ବେଆଇନ ନିର୍ମାଣ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛି ବିଜେଡି। ପୂର୍ବ ସରକାର ସମୟରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି ମୋହନ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe