ପୃଥିବୀରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ସ୍ୱରୁପ ମନେ କରାଯାଉଥିବା ବେଳେ ଆଜିକା ସମୟରେ ଡାକ୍ତରୀ ବିଦ୍ୟା ଏକପ୍ରକାର ବ୍ୟବସାୟରେ ପରିଣତ ହେଲାଣି । କିଛି ଡାକ୍ତର ତ ମେଡିସିନ୍ କମ୍ପାନୀ ତଥା ବଡ଼ ବଡ଼ ଦୋକାନ ସହ ସାଲିସ୍ କରି ମୋଟା ଅଙ୍କର କମିଶନ୍ ଆଦାୟ କରୁଥିବାର ମଧ୍ୟ ଦେଖାଯାଉଛି । ଡାକ୍ତରୀ ବିଦ୍ୟା ଭଳି ପବିତ୍ର ପେସା ଏବେ ଭ୍ରଷ୍ଟ ପାଲଟିଗଲାଣି ।

Advertisment

publive-image

କିନ୍ତୁ ଏବେ ବି ଏଭଳି କିଛି ଡାକ୍ତର ଅଛନ୍ତି ଯେ ନିଜ ପେସାକୁ ବ୍ୟବସାୟ ଭଳି ନ ଦେଖି କର୍ମକୁ ଭଗବାନ ମନେକରନ୍ତି । ଆଉ ଏଭଳି ମଣିଷପଣିଆ ରଖୁଥିବା ଏବଂ ନିଜ ପେସାକୁ ବିକ୍ରି କରୁନଥିବା ମଣିଷଟି ହେଉଛନ୍ତି ଡାକ୍ତର ଏସ୍ .ସି ଶଙ୍କରାରେ ଗୌଡ଼ା । କର୍ଣ୍ଣାଟକ ରାଜ୍ୟର ମଣ୍ଡ୍ୟା ଅଞ୍ଚଳରେ ଲୋକପ୍ରିୟ ହୋଇଥିବା ଏହି ଡାକ୍ତର ମାତ୍ର ୫ ଟଙ୍କାରେ ରୋଗୀଙ୍କ ଚିକିତ୍ସା କରନ୍ତି । ପେସାରେ ଜଣେ ଚର୍ମ ବିଶେଷଜ୍ଞ ଥିବା ଏହି ଡାକ୍ତର ସବୁପ୍ରକାରର ଚର୍ମ ଚିକିତ୍ସା କରିଥାନ୍ତି ।

publive-image

ଡାକ୍ତର ଗୌଡ଼ାଙ୍କ ଜାଦୁଭରା ସ୍ପର୍ଶରେ ରୋଗୀର ଅସାଧ୍ୟ ରୋଗ ମଧ୍ୟ ଦୂର ହୋଇଯାଏ । ବଡ ବଡ ଡାକ୍ତର ଯେଉଁ କାମ କରିପାରନ୍ତି ନାହିଁ ତାହା ମଣ୍ଡ୍ୟା ଭଳି ଏକ ଛୋଟ ଅଞ୍ଚଳରେ ରହି ଏହି ଡାକ୍ତର ସଫଳ କରିଦେଖାଇଛନ୍ତି । ଏହି ପ୍ରସିଦ୍ଧ ଡାକ୍ତରଙ୍କ ପାଖରେ ମୋବାଇଲ୍ , କମ୍ପ୍ୟୁଟର,ଇଣ୍ଟରନେଟ୍ ,ସହାୟକ , କମ୍ପାଉଣ୍ଡର୍ କିଛି ବି ସୁବିଧା ନାହିଁ । ଏମିତିକି ବସିବା ପାଇଁ ଖଣ୍ଡିଏ କ୍ଲିନିକ୍ ବି ନାହିଁ । ଏତେ ସବୁ ସୁବିଧାରୁ ବଞ୍ଚିତ ରହି ବି ଡାକ୍ତରଙ୍କ ମନରେ ତିଳେମାତ୍ର ସଙ୍କୋଚ ନାହିଁ । ସବୁକିଛିକୁ ସେ ନିଜେ ମ୍ୟାନେଜ୍ କରିବାର କଳା ଶିଖିଯାଇଛନ୍ତି । କେବଳ ଏତିକି ନୁହଁ ଅତ୍ୟନ୍ତ ଜରୁରୀ ନ ପଡିଲେ ଏହି ଡାକ୍ତର ବ୍ୟକ୍ତିଗତ ଭାବରେ ରୋଗୀ ପାଖକୁ ଯାଇ ଚିକିତ୍ସା କରନ୍ତି ନାହିଁ ।

publive-image

ନା ରୋଗୀମାନଙ୍କ ଠାରେ ବାଛବିଚାର କରନ୍ତି । ରୋଗୀକୁ ରୋଗ ଦୂର କରିବାକୁ ହେଲେ ଧାଡିରେ ଠିଆ ହୋଇ ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡିଥାଏ । ସେ ଜଣେ ଗରିବ ଶ୍ରେଣୀର ମଣିଷ ହେଉ କିମ୍ବା ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଡାକ୍ତର ଗୌଡାଙ୍କ ଆଗରେ ସମସ୍ତେ ସମାନ । କ୍ଲିନିକ୍ ନଥିବାରୁ ସେ ରାସ୍ତାପାଖରେ ଯେଉଁଠି ଖାଲି ସ୍ଥାନ ପାଆନ୍ତି ସେଠାରେ ରୋଗୀଙ୍କ ଚିକିତ୍ସା କରିବା ଆରମ୍ଭ କରିଦିଅନ୍ତି । କାହା ଘର ବାରଣ୍ଡାରେ , ଚା ଦୋକାନରେ ସ୍କୁଲ ହେଉ କିମ୍ପା ଗଛ ତଳେ ଯେଉଁଠି ଖାଲିସ୍ଥାନ ଦେଖିଲେ ସେଠାରେ ବସିଲେ । ଡାକ୍ତର ଏସ୍ .ସି ଶଙ୍କରାରେ ଗୌଡ଼ାଙ୍କ ଏଭଳି ମାନବ ସେବାକୁ ଆଖି ଆଗରେ ରଖି କଳ୍ପବୃକ୍ଷ ଟ୍ରଷ୍ଟ ଦ୍ୱାରା ତାଙ୍କୁ କର୍ଣ୍ଣାଟକ କଳ୍ପବୃକ୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।