କନକ ବ୍ୟୁରୋ : ଚୀନରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି । ଏନେଇ ଚୀନ ସରକାରଙ୍କ ପକ୍ଷରୁ କଟକଣା କଡାକଡି କରାଯାଇଛି । ସଂଘାଇ ସହରରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସ୍ଥିତି ଏଭଳି ହୋଇଛି ଯେ ଲୋକମାନଙ୍କୁ ସେମାନଙ୍କୁ ପୋଷା କୁକୁରକୁ ବି ବାହାରକୁ ବାହାର ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି କି ସଂଘାଇ ସହରର ପୂର୍ବାଞ୍ଚଳରୁ ଏବେ ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Advertisment

ସାଂଘାଇ ସହରର ପୁଣ୍ଡେଗ ଜିଲ୍ଲାର ସମସ୍ତ ଲୋକଙ୍କୁ କେବଳ କୋଭିଡ ଟେଷ୍ଟିଂ ପାଇଁ ବାହାରକୁ ବାହାରିବାକୁ ପ୍ରଶାସନ ଅନୁମତି ଦେଇଛି । ସେପଟେ କୋଭିଡ ସଂକ୍ରମଣର କାରଣ ଓ ତାର ନିରାକରଣ ଖୋଜିବାକୁ ସେଠିକାର ପ୍ରଶାସନ ଏବେ ବଡ ଧରଣର ଯାଂଚ ଆରମ୍ଭ କରିଦେଇଛି । ସେପଟେ ଚୀନର ରାଜଧାନୀ ସାଂଘାଇର ସ୍ଥିତିକୁ ଦେଖି ସରକାର ସେଠିକାର ସମସ୍ତ କାର୍ଯ୍ୟାଳୟ (ଅତ୍ୟାବଶକୀୟ ସେବା ବ୍ୟତିତ) ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଚଳିତ ମାର୍ଚ୍ଚ ମାସରେ ଚୀନରେ ୫୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ୮୭ ପ୍ରତିଶତ ଲୋକଙ୍କୁ କୋଭିଡ ନିରୋଧୀ ଟିକା ପ୍ରଦାନ କରାଯାଇଥିବା କଥା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।