କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେନ ୱାଟସନ ୨୦୦୮ରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ । ପରେ ସେ ବାଙ୍ଗାଲୋର ଓ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିଛନ୍ତି । ୨୦୦୮ରେ ରାଜସ୍ଥାନକୁ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ୨୦୧୮ ଆଇପିଏଲ ଫାଇନାଲରେ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରି ଚେନ୍ନାଇକୁ ବିଜୟୀ କରାଇଥିଲେ ।
ହେଲେ ଏଥର ସେନ ୱାଟସନଙ୍କ ଭଳ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ସେ ୧୧ଟି ମ୍ୟାଚ ଖେଳି ୨୨୯ ରନ କରିଥିଲେ । ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲରେ ୱାଟସନ ୧୪୫ ମ୍ୟାଚ ଖେଳି ୩ ହଜାର ୮୭୪ ରନ କରିଛନ୍ତି । ଏହାସହ ୯୨ ୱିକେଟ ମଧ୍ୟ ହାସଲ କରିଛନ୍ତି ।
ସେନ ୱାଟସନ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ଆଇପିଏଲ ଜାରି ରଖିଥିଲେ । ଏଥର ଚେନ୍ନାଇ ଆଇପିଏଲରୁ ବିଦାୟ ନେବା ସହ ୱାଟସନ ମଧ୍ୟ କ୍ରିକେଟକୁ ବାଏ ବାଏ କହିଛନ୍ତି ।