ମାଲକାନଗିରିର ପିଶାଚ…ଜଙ୍ଗଲରେ ପ୍ରେମୀଯୁଗଳଙ୍କୁ ଏକୁଟିଆ ପାଇଁ ଛଡାଇନେଲେ ଝିଅର ଡ୍ରେସ, କାକୁତିମିନତି ପରେ ବି ଶୁଣିଲେନି ସଇତାନ । 

1,798

କନକ ବ୍ୟୁରୋ : ନିକାଞ୍ଚନ ଜାଗାରେ ମଣିଷପଣିଆ ଭୁଲିଲେ, ସଇତାନ ବନିଲେ । ଯୁବକ-ଯୁବତୀ ଏକୁଟିଆ ଥିବା ବେଳେ ଘେରିଲେ ସଇତାନ । ଯୁବତୀଙ୍କୁ ଅସଦାଚରଣ କଲେ, ଅସହାୟର ଭିଡିଓ ବି ବନାଇଲେ । ମାଲକାନଗିରିରୁ ଏମିତି ଏକ ଲଜ୍ଜ୍ୟାଜନକ ଖବର ସାମ୍ନାକୁ ଆସିଛି, ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେବ । ସବୁ ସୀମା ଟପିଯାଇଛନ୍ତି ସଇତାନ । ନିକାଞ୍ଚନ ଜାଗାରେ ମଣିଷପଣିଆ ଭୁଲିଗଲେ, ଆଉ ପିଶାଚ ସାଜିଲେ । ଯୁବକ ଯୁବତୀ ଏକୁଟିଆ ଥିବାବେଳେ ଘେରିଗଲେ ସଇତାନ୍ । ମାଲକାନଗିରି ପଦ୍ମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଭାଇରାଲ ଭିଡିଓର ସାଂଘାତିକ ସତ ।

ସୂଚନା ଅନୁସାରେ, ଜଣେ ପ୍ରେମୀ ଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ଗାଁର କିଛି ଯୁବକ । ଆଉ ଏହା ପରେ ସେମାନେ ଯେଉଁ କାଣ୍ଡ ଭିଆଇଲେ, ତାହା ଜାଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁଯିବ । ଝିଅଟିର କପଡା ଛଡାଇନେଲେ ଏହି ସଇତାନମାନେ । ଆଉ ଯୁବକ ଯୁବତୀଙ୍କର ଅସହାୟତାର ଭିଡିଓ ମଧ୍ୟ ବନେଇଲେ । ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ବି ମାଲକାନଗିରିର ଏହି ପିଶାଚମାନେ ଦୟା ଦେଖାଇନଥିଲେ ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସମ୍ପୃକ୍ତ ଯୁବକ ଏବଂ ଯୁବତୀ ପରସ୍ପରକୁ ଭଲପାଉଥିବା ଜଣାପଡିଛି । ତେବେ ଗାଁ ଯୁବକଙ୍କ ଏଭଳି ଅମାନବୀୟ କାଣ୍ଡକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଏନେଇ ଯୁବକ ଯୁବତୀ କିମ୍ବା ଅଭିଭାବକ ଥାନାରେ କୌଣସି ଏତଲା ଦେଇନଥିବା ବେଳେ ପୋଲିସ ନିଜ ଆଡୁ ଛାନଭିନ୍ ଆରମ୍ଭ କରିଛି ।