କୁକୁରକୁ ବିଷ ଦେଇ ମାରିବା ପଡିଲା ମହଙ୍ଗା : ଚୌଦ୍ୱାର ପୁଲିସର ତନାଘନା; ଜଣେ ଅଟକ

240

କନକ ବ୍ୟୁରୋ : କଟକ ଚୌଦ୍ୱାର ଥାନା ସଙ୍କରପୁର ଅଂଚଳରେ ବିଷ ଦେଇ କୁକରକୁ ମାରିଦେବା ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ୍ । ଶଙ୍କରପୁର ଅଂଚଳର ଅରକ୍ଷିତ ସାହୁ ଗୁଲୁଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଓ ପିପୁଲ ଫର ଆନିମାଲ ସଂଗଠନ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ କରାଯାଇଥିଲା । ବିଷ ଦେଇ କୁକୁରଙ୍କୁ ମାରିଥିବା କଥା ଅଭିଯୁକ୍ତ ସ୍ୱୀକାର କରିଥିବା କୁହାଯାଉଛି । ପଶୁ ସୁରକ୍ଷା ଆଇନ ଅନୁସାରେ ଏତଲା ରୁଜୁ ହୋଇଛି । ଅଜୟଙ୍କ ପୁଅ ଅରୁଣଙ୍କୁ ପୋଲିସ୍ ଅଟକ ରଖିଥିବା ବେଳେ ଅଜୟଙ୍କୁ ଗିରଫ କରାଯିବ ବୋଲି ଚୌଦ୍ୱାର ଥାନା ଅଧିକାରୀ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଚୌଦାର ଶଙ୍କରପୁର ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ । ତେବେ ବାରମ୍ବାର ଅରକ୍ଷିତଙ୍କ ଘରେ ଏହି ବୁଲା କୁକୁରମାନେ ପଶୁଥିଲେ ଏବଂ ତାଙ୍କ ବାରଣ୍ଡାରେ ଥିବା ଚୁଲିରେ ମଳତ୍ୟାଗ କରିବା ଯୋଗୁଁ ରାଗିଯାଇଥିଲେ ଅରକ୍ଷିତ । ଆଉ ଶେଷରେ ଖାଦ୍ୟରେ ବିଷ ମିଶାଇ ୫ଟି କୁକୁରଙ୍କ ଜୀବନ ନେଇଗଲେ । ବିଷମିଶା ଗୁଲୁଗୁଲା ଖାଇବା ପରେ ବାନ୍ତି କରି ଏହି କୁକୁର ଗୁଡିକ ଏବେ ମରିପଡିଛନ୍ତି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ କଡା ନିନ୍ଦା କରିବା ସହ ମଣିଷପଣିଆ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଅମାନବୀୟ କାଣ୍ଡ ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।