ରାଉରକେଲାରେ ଲଜ୍ଜା : ମଙ୍କିକ୍ୟାପ ପିନ୍ଧି ଯୁବତୀଙ୍କୁ ରାତିସାରା ଗଣଦୁଷ୍କର୍ମ; ଦୁର୍ଘଟଣାର ଶୀକାର ହୋଇଥିଲେ ପୀଡିତା, ଦୁଷ୍କର୍ମ ପରେ ଫିଙ୍ଗିଦେଲେ ରାସ୍ତାକଡରେ

1,009
କନକ ବ୍ୟୁରୋ : ଇସ୍ପାତନଗରୀ ରାଉରକେଲାରୁ ଆସିଛି  ଚାଂଚଲ୍ୟକର ଗଣଦୁଷ୍କର୍ମ ଘଟଣା । ଅଭିଯୋଗ ଅନୁସାରେ, ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ  ଗୁରୁଣ୍ଡିଆ ଅଂଚଳରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଇକରେ ଯାଉଥିବାବେଳେ ବାଇକଟି ତାମଡାଛକ ନିକଟରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯୁବତୀଙ୍କ ପୁରୁଷବନ୍ଧୁ ଆହତ ହୋଇଥିବେଳେ ଯୁବତୀ ଜଣକ ଅକ୍ଷତ ଅବସ୍ଥାରେ ଥିଲେ । ଏହି ସମୟରେ  ଯୁବତୀଙ୍କୁ  ସେଠାରୁ ଦୁଇଜଣ ଯୁବକ ସହାୟତା କରିବା ଆଳରେ ଉଠାଇ ଆଣି  ରାଉରକେଲା ନେଇଆସିଥିଲେ ।
ପରେ ରାସ୍ତାକଡ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ଛେଣ୍ଡ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର । ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି  । ଆହତ ପୁରୁଷ ବନ୍ଧୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ସୁସ୍ଥ ହେବାପରେ ପୁଲିସ ତାକୁ ଜେରା କରିବ ବୋଲି ଜଣାପଡିଛି ।