କନ୍ଧମାଳରେ ଲଜ୍ଜା। ଜନ୍ମ କଲା ପୁଅ ଝିଅ ଛୁଇଁଲେନି ବାପାଙ୍କ ମୃତଦେହ। 

କନ୍ଧମାଳରେ ଲଜ୍ଜା। ଜନ୍ମ କଲା ପୁଅ ଝିଅ ଛୁଇଁଲେନି ବାପାଙ୍କ ମୃତଦେହ। 

କନକ ବ୍ୟୁରୋ: କନ୍ଧମାଳରେ ଲଜ୍ଜା! ନିଜ ଜନ୍ମ କଲା ପୁଅ ଝିଅ ବି ଛୁଇଁଲେନି ବାପାର ମୃତ ଦେହକୁ । ଏମିତିକି ଶବ ବି ସକ୍ରାର କଲେନି । ଶେଷରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପହଞ୍ଚି ମୃତଦେହର ସଂସ୍କାର କରିଛି । ଯେଉଁ ବାପା ପିଲାମାନଙ୍କୁ ଲାଳନପାଳନ କରି ଛୋଟରୁ ବଡ କରିଥିଲେ । ସେହି ପିଲାଙ୍କ ପାଇଁ ଏବେ ଆଲୋଡା ହୋଇପଡିଲେ । ଫୁଲବାଣୀ କେରେଡି ଗାଁର ନିମାଇଁ ଚରଣ ସାହୁ । ପାଖରେ ଥିଲା ନିଜ ପରିବାର । ଦୁଇ ପୁଅ ଓ ଦୁଇ ଝିଅ ଥିବା ବେଳେ ଅଲୋଡା ହୋଇପଡ଼ିଥିଲେ ନିମାଇଁ ।

ଜଣେ ପୁଅ ତାଙ୍କର ଶିକ୍ଷକ । ହେଲେ କେବେ ବି ସୁଖଦୁଃଖରେ ପଚାରନ୍ତିନି ତାଙ୍କୁ । କିଛି ପାରିବାରିକ ଗଣ୍ଡଗୋଳ ଯୋଗୁ ଗାଁ ରାସ୍ତାକଡରେ ଥିବା ଏକ ବିଶ୍ରାମଗାରରେ ରହୁଥିଲେ ନିମାଇଁ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ବୃଦ୍ଧବସ୍ଥା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ବି ତାଙ୍କୁ ନିଜର ପିଲାମାନେ ପଚାରିନଥିଲେ । ଅସୁସ୍ଥ ଅବସ୍ଥାରେସେହି ରାସ୍ତାକଡ ଘରେ ପଡି ରହିଥିଲେ । ଆଉ ଶେଷରେ ସବୁଦିନ ପାଇଁ ଆଖିବୁଜିଦେଲେ ବୃଦ୍ଧ ନିମାଇଁ । ତା ପରେ ବି କୃତଘ୍ନ ପୁଅଝିଅ ବାପାଙ୍କୁ ପଚାରିବା ତ ଦୂର କଥା ମରିଗଲା ପରେ ବି ମୃତ ଦେହକୁ ସ୍ପର୍ଶ କରିଲେନି । ଗାଁର ଲୋକେ ପୁଲିସକୁ ଖବର ଦେବା ପରେ ସେଠାରେ ପହଂଚିଥିଲେ ସ୍ୱେଚ୍ଛାସେବୀ  । ଆଉ ପର ଲୋକ ହାତରେ  ନିମାଇଁଙ୍କ ହୋଇଛି ସଂସ୍କାର । ତେବେ ଆଜିର ସଭ୍ୟ ସମାଜରେ ବି ଏହିଭଳି ଘୃଣ୍ୟ ଚିତ୍ର ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe