କନକ ବ୍ୟୁରୋ : ପଞ୍ଜାବ- ହରିଆଣାର ସମ୍ଭୁ ସୀମା ଖୋଲିବା ନେଇ ହାଇକୋର୍ଟ ଦେଇଥିବା ଡେଡଲାଇନ ଆଜି ସମାପ୍ତ ହେଉଛି । ସେପଟେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିଆଣା ସରକାର ସୁପ୍ରିମକୋର୍ଟରେ ପହଂଚିଛନ୍ତି ।
ଫେବୃଆରୀ ମାସରୁ ଶମ୍ଭୁ ସୀମାରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ହାଇକୋର୍ଟଙ୍କ ଆଦେଶ ପରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ଜଗଜିତ ସିଂହ ଡେଲ୍ଲେବାଲ କହିଛନ୍ତି କି, ଶମ୍ଭୁସୀମା ଖୋଲିବା ପରେ ତୁରନ୍ତ ଚାଷୀମାନେ ଦିଲ୍ଲୀ ଯିବେ । ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଏବଂ କିଷାନ ମଜଦୁର ମୋର୍ଚ୍ଚାର ମିଳିତ ବୈଠକ ଜୁଲାଇ ୨୨ ତାରିଖରେ ଅନୁଷ୍ଠିତ ହେବ । ଦୁଇଟି ଯାକ ସଂଗଠନ ଏନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଆଗାମୀ ଲୋକସଭା ଅଧିବେଶନରେ ଏମଏସପିକୁ ନେଇ ସଂସଦରେ ପ୍ରାଇଭେଟ ବିଲ୍ ଆଣିବାକୁ ଅନୁରୋଧ କରାଯାଇଛି । ଏହାସହ ସେପ୍ଟେମ୍ବର ୧୫ ତାରିଖରେ ହରିଆଣାରେ ଏକ ରାଷ୍ଟ୍ରୀୟ ସ୍ତରୀୟ କିଷାନ ମହାପଂଚାୟତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Capture-40.jpg)